Latest Odisha News

ଅବିଶ୍ୱସନୀୟ ଗାଁ, ଏଠି ବିନା ପୁରୁଷରେ ମହିଳା ହୁଅନ୍ତି ଗର୍ଭବତୀ !

ଭୁବନେଶ୍ୱର: ଖାସ କରି ଗାଁ ହେଉଛି ଏମିତି ଏକ ସ୍ଥାନ, ଯେଉଁଠି କିଛି ନା କିଛି ଅଜଣା କଥା, ପରମ୍ପରା ଓ ରହସ୍ୟମୟ ଘଟଣା ସାମ୍ନାକୁ ଆସିଥାଏ । କେନିଆର ଏକ ଅଖ୍ୟାତ ଗାଁ । ଏହି ଗାଁର ଏକ ଅବିଶ୍ୱସନୀୟ ଘଟଣା ସମସ୍ତଙ୍କୁ ତାଜୁବ କରିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଗାଁରେ କେବଳ ମହିଳାମାନେ ହିଁ ବସବାସ କରନ୍ତି । ତଥାପି ସେମାନେ ହୋଇଥାନ୍ତି ଗର୍ଭବତୀ ।

ବର୍ଷେ କି ଦୁଇବର୍ଷ ନୁହେଁ । ଦୀର୍ଘ ୨୭ ବର୍ଷ ଧରି ଏହି ଗାଁରେ ଜଣେ ହେଲେ ପୁରୁଷ ପାଦ ଦେବାକୁ ସାହାସ କରିନି । କାହିଁକି ନା ଏହି ଗାଁରେ ପୁରୁଷକୁ ଅଭିଶାପ କିମ୍ବା ବାରଣ କରାଯାଇଛି । ଗାଁରେ କୌଣସି ପୁରୁଷ ନଥିଲେ ବି ମହିଳାମାନେ କିନ୍ତୁ ଗର୍ଭଧାରଣ କରି ସନ୍ତାନସନ୍ତତି ଜନ୍ମଦେଇଥାନ୍ତି । ଅସମ୍ଭବ ଲାଗୁଥିଲେ ବି ସତ ।

କେନିଆ ସାମ୍ବୁରୁର ଉମୋଜା ଗାଁ । ଗତ ୨୭ ବର୍ଷ ମଧ୍ୟରେ ଏହି ଗାଁରେ କୌଣସି ପୁରୁଷକୁ ଦେଖିବାକୁ ମିଳିନି । ଇତିହାସ ପୃଷ୍ଠାରୁ ଜଣାପଡିଛି ୧୯୯୦ରେ ୧୫ଜଣ ମହିଳାଙ୍କ ସହ କିଛି ବ୍ରିଟିଶ ସୈନ୍ୟ ଦୁଷ୍କର୍ମ କରିଥିଲେ । ଯାହାପରେ ସେହି ମହିଳାମାନେ ଉମୋଜା ଗାଁକୁ ନିଜର ବାସ ସ୍ଥାନ ରୂପେ ବାଛିଥିଲେ । ସେବେଠାରୁ ଏହି ଗାଁରେ ପୁରୁଷ ଦ୍ୱାରା ନିର୍ଯ୍ୟାତିତ, ପ୍ରତାରିତ, ଦୁଷ୍କର୍ମ, ବାଲ୍ୟ ବିବାହ ଓ ଘରୋଇ ହିଂସାର ଶିକାର ହୋଇଥିବା ମହିଳାଙ୍କୁ ଆଶ୍ରୟ ଦେବା ସହ ପୁରୁଷଙ୍କ ପ୍ରବେଶ ନେଇ ବାରଣ ରହିଛି ।

ତାଜା ସ୍ଥିତିରେ ଏହି ଗାଁରେ ୨୫୦ଜଣ ମହିଳା ଓ ତାଙ୍କ ପିଲାମାନେ ବସବାସ କରୁଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ବିନା ପୁରୁଷରେ ଏଠିକାର ମହିଳାମାନେ କିପରି ଗର୍ଭଧାରଣ କରିବା ସହ ଜନ୍ମଦାତ୍ରୀ ସାଜିଥାନ୍ତି ? ଏହା ପଛରେ ଲୁଚି ରହିଛି ଏକ ଭିନ୍ନ ପ୍ରଥା । ଗାଁରେ ରହୁଥିବା ମହିଳାମାନେ ନିଜ ପସନ୍ଦର ପୁରୁଷ ସହ ଶାରିରୀକ ସଂପର୍କ ରଖିବାକୁ ଗାଁ ବାହାରକୁ ଯାଇଥାନ୍ତି ।

ଏଠିକାର ମହିଳାମାନେ ପିଲାମାନଙ୍କ ପାଇଁ ସ୍କୁଲ, ସାଂସ୍କୃତିକ ଭବନ ଓ ଉଦ୍ୟାନ ବି ପ୍ରତିଷ୍ଠା କରିଛନ୍ତି । ତା ଛଡା ଏକ ୱେବସାଇଟ୍ ଜରିଆରେ ପାରମ୍ପରିକ ଗହଣା ଗାଣ୍ଠି ବିକ୍ରୟ କରି ଜୀବିକା ନିର୍ବାହ କରିଥାନ୍ତି । ଅନ୍ୟ ଆୟ ଭାବେ ପର୍ଯ୍ୟଟକଙ୍କ ଉପରେ ମଧ୍ୟ ଏହି ଗାଁ ନିର୍ଭର କରିଥାଏ । ଗାଁରେ ପ୍ରବେଶ କରିବା ପୂର୍ବରୁ ଶୁଳ୍କ ଭାବେ ତାଙ୍କଠୁ ଅର୍ଥ ଆଦାୟ କରି ସେମାନଙ୍କୁ ବୁଲିବାକୁ ଅନୁମତି ଦିଆଯାଇଥାଏ । ଏବେ ବି ଗାଁରେ ମହିଳାଙ୍କ ସଂଖ୍ୟା ବଢୁଥିବାବେଳେ ସେମାନଙ୍କ ଜୀବନଶୈଳୀ ବେଶ ଉନ୍ନତ ରହିଛି ।

Leave A Reply

Your email address will not be published.