ଭୁବନେଶ୍ୱର: ଆଇପିଏସ୍ ଅନୁପ ସାହୁଙ୍କ ନାଁରେ ଏକ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲାଯାଇଥିବା ଅଭିଯୋଗ ହୋଇଛି।
ବର୍ତ୍ତମାନ ଗୁଇନ୍ଦା ବିଭାଗ ଡିଆଇଜି ଥିବା ଖୋଦ୍ ଅନୁପ ନିଜେ ଏହି ସୂଚନା ଦେଇଛନ୍ତି।
ତେବେ ଏଥିରୁ କୌଣସି ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ ନକରିବାକୁ ସେ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି। ଏହାସହିତ ସେ ସାଇବର ଥାନାରେ ଏତଲା ଦେବେ ବୋଲି ମଧ୍ୟ କହିଛନ୍ତି।
ଅନୁପ ପୂର୍ବରୁ ଯାଜପୁର, ଭଦ୍ରକ ଏସପି ଓ ଭୁବନେଶ୍ୱର ଡିସିପି ଥିଲେ। ତେବେ କଛିଦିନ ହେଲା ବହୁ ବଡବଡିଆଙ୍କ ନାଁରେ ଫେସବୁକ୍ ଓ ଟ୍ୱିଟରର ଫେକ ଆକାଉଣ୍ଟମାନ ଖୋଲା ଯାଉଥିବାର ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ଲୋକେ ନକଲି ଆଇଡି ସହାୟତାରେ ଟଙ୍କା ମଧ୍ୟ ମାଗୁଛନ୍ତି।
ସମ୍ପୃକ୍ତ ବ୍ୟକ୍ତିଙ୍କ ନଜରକୁ ଆସିବା ପରେ ଏନେଇ ସେମାନେ ପ୍ରତିବାଦ କରିବା ସହ ପୁଲିସର ଧ୍ୟାନ ଆକର୍ଷଣ କରୁଛନ୍ତି। ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଆଇନ ଥିଲେ ସୁଦ୍ଧା ଅପରାଧୀମାନେ ଅନେକ ସ୍ଥଳରେ ଧରାପଡୁ ନାହାନ୍ତି। ତେଣୁ ଏହା ପୁଲିସ ପ୍ରଶାସନ ପାଇଁ ବଡ଼ ଚିନ୍ତାର ବିଷୟ ସାଜିଛି।