ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ତଥା ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତ ନିର୍ଦ୍ଦେଶକ ପଲାଶ ମୁଛଲଙ୍କ ବିବାହ ସ୍ଥଗିତ ହେବା ପରେ ଦୁହିଁଙ୍କ ସମ୍ପର୍କକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି।
ଅଧିକ ପଢନ୍ତୁ:- ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଲେ କି ପଲାଶ, ଭାଇରାଲ ହ୍ୱାଟ୍ସଅପ୍…
ପଲାଶ ମୁଛଲଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଇଥିବା ଅଭିଯୋଗ ମଧ୍ୟ କରାଯାଉଛି। ଏହି ସମ୍ପୂର୍ଣ୍ଣ କାହାଣୀ ସ୍ମୃତି ମନ୍ଧାନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ବିବାହ ସମ୍ପର୍କିତ ପୋଷ୍ଟ ଡିଲିଟ୍ କରିବା ପରେ ଆରମ୍ଭ ହୋଇଥିଲା। ପଲାଶ ମୁଛଲଙ୍କ ମ୍ୟାରୀ ଡି’କୋଷ୍ଟା ନାମକ ଜଣେ ମିଷ୍ଟ୍ରି ଗାର୍ଲ୍ଙ୍କ ସହ ଚାଟ୍ ଲିକ୍ ହୋଇଥିଲା, ଯାହାପରେ ପଲାଶ, ସ୍ମୃତିଙ୍କୁ ପ୍ରତାରଣା କରିଥିବା ଅନୁମାନ କରାଯାଉଥିଲା। ଏସବୁକୁ ନେଇ ଶେଷରେ ମ୍ୟାରୀ ଡି’କୋଷ୍ଟା ନିଜର ନୀରବତା ଭାଙ୍ଗିଛନ୍ତି।
ସେ କହିଛନ୍ତି ଯେ ସେ କେବେ ପଲାଶଙ୍କୁ ଭେଟି ନାହାଁନ୍ତି। “ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ଜଣେ କୋରିଓଗ୍ରାଫର ନୁହେଁ, କିମ୍ବା ମୁଁ ସେହି ବ୍ୟକ୍ତି ନୁହେଁ ଯାହାଙ୍କୁ ସେ ଠକିଛନ୍ତି। ସମସ୍ତ ଭୁଲ ବୁଝାମଣା ଏଡାଇବା ପାଇଁ ମୁଁ ଏହା କହୁଛି।”
ମୁଁ ଏହା ମଧ୍ୟ କହିବାକୁ ଚାହୁଁଛି ଯେ ମୁଁ କ୍ରିକେଟକୁ ଫଲୋ କରେ ଏବଂ ସ୍ମୃତି ମନ୍ଧାନାଙ୍କୁ ବହୁତ ସମ୍ମାନ କରେ। ମୁଁ କେବେ ଅନ୍ୟ ମହିଳାଙ୍କୁ କ୍ଷତି ପହଞ୍ଚାଇବାକୁ ଚାହିଁବି ନାହିଁ। ସେଥିପାଇଁ ମୁଁ ଏହି ବିଷୟରେ ସ୍ପଷ୍ଟୀକରଣ ଦେଉଛି। ମୁଁ ପ୍ରକୃତରେ ଏହି ପ୍ରକାରର ପ୍ରତିକ୍ରିୟା ଆଶା କରିନଥିଲି। ମୁଁ ଏତେ ଘୃଣାକୁ ସହ୍ୟ କରିପାରୁ ନଥିବାରୁ ମୋତେ ମୋର Instagram ଆକାଉଣ୍ଟକୁ ପ୍ରାଇଭେଟ କରିବାକୁ ପଡିଛି। ଆଉ ମୁଁ କେବେ କଳ୍ପନା କରି ନଥିଲି ଯେ ମୋତେ ଏପରି ପରିସ୍ଥିତି ଦେଇ ଗତି କରିବାକୁ ପଡିବ।
Comments are closed.