Latest Odisha News

BREAKING NEWS

JEE ମେନ୍‌ ରେଜଲ୍ଟ; ସେସନ୍-୧ରେ ଟପ୍ପର ହେଲେ ଦୁଇ ଯମଜ ଭ୍ରାତା

ନୂଆଦିଲ୍ଲୀ:  JEE ମେନ୍‌-୨୦୨୩ ସେସନ୍-୧ ରେଜଲ୍ଟ ଆଜି  ପ୍ରକାଶ ପାଇଛି। ଏ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି।

JEE ମେନ୍‌-୨୦୨୩ ସେସନ୍-୧ ପରୀକ୍ଷା ଜାନୁଆରୀ ୨୪ରୁ ଆରମ୍ଭ ହୋଇ ଫେବୃଆରୀ ୧ରେ ଶେଷ ହୋଇଥିଲା। ଚଳିତଥର ୮.୬ ଲକ୍ଷ ପ୍ରାର୍ଥୀ ପେପର୍‌ ୧ ପରୀକ୍ଷା ଦେଇଥିଲେ । ସେହିପରି  ୦.୪୬ ଲକ୍ଷ ପ୍ରାର୍ଥୀ ପେପର୍‌ ୨ ପରୀକ୍ଷା ଦେଇଥିଲେ।

ଛାତ୍ରଛାତ୍ରୀମାନେ ଫଳାଫଳ ଅଫିସିଆଲ ୱେବସାଇଟ୍ – http://jeemain.nta.nic.inରେ ଦେଖି ପାରିବେ।ଛାତ୍ରଛାତ୍ରୀମାନେ ନିଜର   ଆପ୍ଲିକେସନ୍‌ ନମ୍ବର ଓ ଜନ୍ମ ତାରିଖ ସବମିଟ କରି କ୍ଲିକ କଲେ  ରେଜଲ୍ଟ ଦେଖି ପାରିବେ ।

ଜେଇଇ ମେନ ରେଜଲ୍ଟରେ ଦୁଇ ଯମଜ ଭ୍ରାତା ଟପ୍ପର ହୋଇଛନ୍ତି । ସେମାନେ ହେଲେ ନିପୁନ ଗୋଏଲ ଏବଂ ନିକୁଞ୍ଜ ଗୋଏଲ । ନିପୁନ ପର୍ସେଣ୍ଟାଇଲ ୧୦୦ ଥିବାବେଳେ ନିକୁଞ୍ଜଙ୍କର ୯୯.୯୯ ରହିଛି ।

 

Leave A Reply

Your email address will not be published.