Latest Odisha News

BREAKING NEWS

ବେଙ୍ଗାଲୁରରୁ ଆସିଲେ ବିଶେଷଜ୍ଞ ଟିମ; ପରୀକ୍ଷା କରିବେ ଗୋପାଳ ଦାସର ମାନସିକ ସ୍ଥିତି

ଝାରସୁଗୁଡା:ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ସବୁ ଦିଗକୁ ଦୃଷ୍ଟିରେ ରଖି ଟିକିନିଖି ଯାଞ୍ଚ କରାଯାଉଛି । ଏ ପରିପ୍ରେକ୍ଷରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ଆଜି NIMHANS ବିଶେଷଜ୍ଞ ଦଳ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି । ଏହି ଦଳ ବେଙ୍ଗାଲୁରୁରୁ ଆସିଛନ୍ତି ।

ଏହି  ୪ ଜଣିଆ ବିଶେଷଜ୍ଞ ଟିମ ବେଙ୍ଗାଲୁରୁ ଆସି ଗତକାଲି ରାତିରେ ଝାରସୁଗୁଡାରେ ପହଞ୍ଚିଛନ୍ତି । ନବ ଦାସଙ୍କୁ ଗୁଳି କରିବା ଘଟଣା ପ୍ରଚାର ହେବା ପରେ ତୁରନ୍ତ ଗୋପାଳଙ୍କ ପତ୍ନୀ ଓ ପରିବାର ବର୍ଗ ତାଙ୍କର ମାନସିକ ସ୍ଥିତି ଠିକ ନ ଥିବା କହିଥିଲେ । ଏପରିକି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ସମାନ କଥା ଦୋହରାଇଥିଲେ । ତାଙ୍କର ମାନସିକ ସ୍ଥିତି ଭଲ ନ ଥିବା ଏବଂ ପ୍ରାୟ ବର୍ଷେ ତଳେ ତାଙ୍କ ପାଖରେ ଚିକିତ୍ସିତ ହେଉଥିଲେ ।

ଅନ୍ୟପକ୍ଷେ ASI ଗୋପାଳ ଦାସ ନବ ଦାସଙ୍କୁ ହତ୍ୟା କଲେ ? ନବ ଦାସଙ୍କ ସହ ତାଙ୍କର କି ଶତ୍ରୁତା ଥିଲା ? ଏହାରେ କୌଣସି ଟେର ପାଉନି କ୍ରାଇମବ୍ରାଞ୍ଚ । ଗୋପାଳ ଦାସର ୨ୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବାକୁ ବସିଲାଣି । ତଥାପି  ହତ୍ୟାର ଉଦ୍ଦେଶ୍ୟ କ’ଣ ତାର କୌଣସି ସୁରାକ ପାଉନି କ୍ରାଇମବ୍ରାଞ୍ଚ । ତେଣୁ ଗୋପାଳ ଦାସର ମାନସିକ ସ୍ଥିତି ପରୀକ୍ଷା କରିବା ପାଇଁ ଚେଷ୍ଟା କରାଯାଉଛି ।

ଏହା ପୂର୍ବରୁ ମଧ୍ୟ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଅନୁଧ୍ୟାନ ପାଇଁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଥିଲା । ଏବେ  ଫରେନସିକ ସାଇକୋଲୋଜିକାଲ ଆସେସମେଣ୍ଟ ଏବଂ ଏଲଭିଏ ଟେଷ୍ଟ ମଧ୍ୟ ନୂଆଦିଲ୍ଲୀର ସିଏଫଏସଏଲ ଟିମ୍ ଦ୍ୱାରା ଝାରସୁଗୁଡ଼ାରେ କରାଯାଇଥିଲା।

ଅନ୍ୟପକ୍ଷେ ଆଜି ଗୋପାଳ ଦାେସ କ୍ରାଇମ ସିନ ରିକ୍ରିଏଟ କରିବ । କେମିତି ଆସିଲା, କେମିତି ମାରିଲା, କେମିତି ପୂର୍ବରୁ ପ୍ରିପ୍ଲାନ କରିଥିଲା ସବୁ ଟିକିନିଖି ଦେଖାଇବ ।

ଏଠି କହିରଖିବୁ, ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତ କ୍ରାଇମ ବ୍ରାଞ୍ଚକୁ ଦିଆ ଯାଇଛି । ରାଜ୍ୟ ସରକାରଙ୍କ ନିବେଦନ ପରେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି. ଦାସଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବାକୁ ନିୟୋଜିତ କରାଯାଇଛି। ତେବେ ତଦନ୍ତ ଧାରାକୁ ନେଇ ବିରୋଧୀ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ହତ୍ୟା ମାମଲାରେ ଷଡ଼ଯନ୍ତ୍ର ରହିଥିବା ବିରୋଧୀ ଦାବି କରୁଛନ୍ତି। ବିରୋଧିଙ୍କଠାରୁ ଆରମ୍ଭ କରି କଂଗ୍ରେସ ଏବଂ ବିଜେପି  ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

Leave A Reply

Your email address will not be published.