Latest Odisha News

ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି, ଚଳିତବର୍ଷ ଦେଢ ଲକ୍ଷରୁ ଅଧିକ ପକ୍ଷୀଙ୍କ ସମାଗମ

କେନ୍ଦ୍ରାପଡ଼ା: ଶୀତ ଋତୁରେ ଭିତରକନିକା ଜାତୀୟଉଦ୍ୟାନରେ ମେଳି ବାନ୍ଧୁଛନ୍ତି ବିଦେଶାଗତ ପକ୍ଷୀ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏବର୍ଷ ୧୧, ୪୬୨ ଅଧିକ ପକ୍ଷୀ ଭିତରକନିକା ଆସିଛନ୍ତି। ବନବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି ।

ଗତବର୍ଷ ଭିତରକନିକାକୁ ୧ଲକ୍ଷ ୩୯ହଜାର ୯୫୯ ପକ୍ଷୀ ଆସିଥିଲେ । ଏ ବର୍ଷ ୧ଲକ୍ଷ ୫୧ହଜାର ୫୨୧ ପକ୍ଷୀ ଆସିଛନ୍ତି । ଗତବର୍ଷଠାରୁ ଏବର୍ଷ ଭିତରକନିକାକୁ ୧୧,୪୬୨ ଅଧିକ ପକ୍ଷୀ ଆସିଥିବା ଜଣାପଡିଛି । ଗତ ୧୬ବର୍ଷ ମଧ୍ୟରେ ଏହା ସର୍ବାଧିକ । ଗତବର୍ଷ ଭିତରକନିକାକୁ ୧୪୦ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏବର୍ଷ ୧୨୧ଲାର୍ଜ ହୁଇସିଲିଂ ଡକ୍‌ ପ୍ରଜାତିର ପକ୍ଷୀ ସବୁଠୁ ଅଧିକ ସଂଖ୍ୟାରେ ଆସିଛନ୍ତି । ଭିତରକନିକାରେ ବିରଳ କମନସେଲ ଡକ୍‌ ପକ୍ଷୀଙ୍କୁ ଦେଖିବାକୁ ମିଳିଛି । ଏହାବାଦ୍‌ କମନ୍‌ ସୋଲଭର ଜାତୀୟ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଗ୍ରେବସ, ପେଲିକାନସ, କରମୋରାନ୍‌ଟସ ଆଣ୍ଡ ଡାର୍ଟର, ହେରନସ, ଏଗ୍ରେଟ୍ସ ଏବଂ ବିଟର୍ସ, ଷ୍ଟୋର୍କସ, ଇବିସେସ ଏବଂ ସ୍ପୁନବିଲ, ଫ୍ଲମିଙ୍ଗସ, ଗିଜ ଏବଂ ଡକସ, କ୍ରେନଓ, ରେଲସ ଏବଂ ଗାଲିନଲସ ଏବଂ କୁଟ, ଫିନଫୁଟ ଏବଂ ଜାକାନାସ, ସୋରବାର୍ଡ ୱାଡର୍ସ, ଗଲ୍‌ସ, ଟରନଓ ଏବଂ ସ୍କିନରସ ଏବଂ ଅନ୍ୟାନ୍ୟ ବିଦେଶୀ ପକ୍ଷୀ ଗଣନା ବେଳେ ଚିହ୍ନଟ କରାଯାଇଛି ।

 

 

 

 

 

Comments are closed.