Latest Odisha News

BREAKING NEWS

ଲଗାତାର ଏକ୍ସରୁ କମୁଛି ୟୁଜର୍ସଙ୍କ ସଂଖ୍ୟା, ଦୈନିକ ହ୍ରାସ ପାଉଛି ୩ କୋଟି ସକ୍ରିୟ ଉପଭୋକ୍ତା

ୱାଶିଂଟନ: ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ନେଇ ୟୁଜର୍ସ ନିରାଶ ହୋଇଥିବା ପରି ମନେ ହେଉଛି। ଦୈନିକ ସକ୍ରିୟ ଉପଭୋକ୍ତା ଏହି ପ୍ଲାଟଫର୍ମ କ୍ରମାଗତ ଭାବେ ହ୍ରାସ ପାଉଛି। ଏନେଇ ଏକ୍ସ ସିଇଓ ଲିଣ୍ଡା ୟାକାରିନୋ ସୂଚନା ଦେଇଛନ୍ତି। ସେ ପ୍ରକାଶ କରିଛନ୍ତି ଏଲନ ମସ୍କଙ୍କର ଏକ୍ସ ଅଧିଗ୍ରହଣ ପରେ ୟୁଜର୍ସଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି।

ଏକ୍ସ ମିଡିଆର କୋଡ ୨୦୨୩ ସମ୍ମିଳନୀରେ ଏକ ସାକ୍ଷାତକାର ସମୟରେ, ଏକ୍ସ ସିଇଓ ଲିଣ୍ଡା ୟାକାରିନୋ ପ୍ରକାଶ କରିଛନ୍ତି ବର୍ତ୍ତମାନ କମ୍ପାନୀର ୨୨୫ ନିୟୁତ ସକ୍ରିୟ ଉପଭୋକ୍ତା ଅଛନ୍ତି। ସେ କେବଳ ୧୨ ସପ୍ତାହ ପାଇଁ ଏକ୍ସରେ ଥିଲେ। ଏଲନଙ୍କ ଅଧିଗ୍ରହଣ କରେ ୧୧.୬ ପ୍ରତିଶତ ଉପଭୋକ୍ତାଙ୍କର ହ୍ରାସ ଘଟିଛି।

ତାଙ୍କ ଅଧିଗ୍ରହଣର ଏକ ସପ୍ତାହ ପୂର୍ବରୁ ଟୁଇଟରରେ ଦୈନିକ ୨୫୪.୫ ନିୟୁତ ସକ୍ରିୟ ଉପଭୋକ୍ତା ଥିଲେ। ଏଲନ ମସ୍କ ମାଲିକ ହେବା ପରେ ଏକ୍ସ ପ୍ରାୟ ୩୦ ମିଲିୟନ (୩ କୋଟି) ଦୈନିକ ସକ୍ରିୟ ଉପଭୋକ୍ତାଙ୍କୁ ହରାଇଛି ।

Comments are closed.