Latest Odisha News

ଭାରତର ସବୁଠୁ ପୁରୁଣା ସହର, ହଜାରେ ବର୍ଷରେ ରହିଛି ଅସ୍ତିତ୍ୱ

ଉତ୍ତରପ୍ରଦେଶ: ଯେତେବେଳେ ଦୁନିଆର ସବୁଠୁ ପୁରୁଣା ସହରର କଥା ଆସେ ସେତେବେଳେ ସେହି ତାଲିକାରେ ଭାରତର ଏକ ସହର ସାମିଲ ଥାଏ । ଯାହାର ତୁଳନା ଦେଶର ସବୁଠୁ ପବିତ୍ର ସହର ସହ କରାଯାଏ । ସେହି ସବୁଠୁ ପୁରୁଣା ସହର ହେଉଛି ଭାରତର ବନାରସ ସହର । ବନାରସ ସହର ସବୁ ଦିଗରୁ ବହୁତ ସୁନ୍ଦର। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବନାରସ ସହର ୩ ହଜାର ବର୍ଷ ପୁରୁଣା । ଯାହାକୁ ଶିବଙ୍କ ଧାମ କାଶୀ ନଗରୀ ମଧ୍ୟ କୁହାଯାଏ। କୁହାଯାଏ ଜୀବନକୁ ଅତି ନିକଟରୁ ଦେଖିବାକୁ ହେଲେ କାଶୀ କୁ ଯାଇ ଦେଖି ହେବ। ଏହି ନାଗରୀର କଥା ମର୍ତ୍ତ୍ୟ ପୁରାଣ ଏବଂ ଶିବ ପୁରାଣରେ ମଧ୍ୟ କରାଯାଇଛି।ଏହି ସହରରେ ମୋଟ ୮୮ଟି ଘାଟ ରହିଛି। ଏଥିପାଇଁ ଆକୁ ଘାଟର ନଗରୀ ମଧ୍ୟ କୁହାଯାଏ। ଧାର୍ମିକ ଦୃଷ୍ଟି କୋଣରୁ ବନାରସର ବହୁତ ମହତ୍ୱ ରହିଛି। ଦୁନିଆର ଏପରି ଅନେକ ସହର ଅଛି ଯାହା ବନାରସ ସହର ଠାରୁ ଅଧିକ ପୁରୁଣା। ଯେଉଁଥିରେ ଗ୍ରୀସର ଆଗ୍ରେସ ସହର ସାମିଲ ହେଇଛି। କହିବାକୁ ଗଲେ ଏହି ସହର ୭ ହଜାର ବର୍ଷ ପୁରୁଣା।
ବନାରସ ଘାଟ କହିବାକୁ ଗଲେ ବହୁତ ନିଆରା।କୁହନ୍ତି ସେଠାରେ ଯଦି କିଛି ସମୟ ମଣିଷ ବସି ଯାଏ ଜୀବନର ସବୁ ଦୁଃଖ କଷ୍ଟ ଭୁଲି ଯାଏ। ସନ୍ଧ୍ୟା ସମୟରେ ଗଙ୍ଗା ଆଳତି ଦେଖିବାକୁ ବନାରସ ଘାଟରେ ଭିଡ ଲାଗେ। ସେଠାର ଆଳତୀ ଦର୍ଶନ କରିବା ପରେ ଦୁନିଆର ଅଲଗା ସୁଖ ମିଳିଗଲା ଭଳି ମନେ ହୁଏ।

 

ଆଶ୍ଚର୍ଯ୍ୟ / ମର୍ତ୍ତ୍ୟ ପୁରାଣ / ଶିବ ପୁରାଣରେ

Leave A Reply

Your email address will not be published.