ନୂଆଦିଲ୍ଲୀ: ଦକ୍ଷିଣ ଭାରତର ସମସ୍ତ ପ୍ରସିଦ୍ଧ ଖାଦ୍ୟ ଗୁଡିକ ମଧ୍ୟରେ ସାମ୍ବର ହେଉଛି ସ୍ଵତନ୍ତ୍ର । ଦୋସା, ଇଡଲି ହେଉ କି ରୁଟି, ଭାତ ସବୁଥିରେ ସାମ୍ବର ଖାଇଥାନ୍ତି ଦକ୍ଷିଣ ଭାରତୀୟ ଲୋକେ । ଏହାର ସ୍ଵାଦ ଯେମିତି ଏହା ଦେଖିବାକୁ ମଧ୍ୟ ସେମିତି । ଅତୀତରେ ଏହାର ସ୍ଵାଦ ଲୋକମାନଙ୍କୁ ଏତେ ଭଲ ଲାଗିଥିଲା ଯେ ଧିରେ ଧିରେ ଏହା ସାରା ଦେଶରେ ବିସ୍ତାର ଲାଭ କରିଥିଲା । ଦେଖୁ ଦେଖୁ ସାମ୍ବର ଆଜି ଉତ୍ତର, ପୂର୍ବ ଏବଂ ପଶ୍ଚିମ ଭାରତର ଅନେକ ସ୍ଥାନରେ ଏହା ତାର ସ୍ଥପତି ଜାହିର କରିଛି । ବିଭିନ୍ନ ପ୍ରକାରର ପନିପରିବା ମିଶ୍ରଣ ଏବଂ ଚଟପଟା ଯୁକ୍ତ ଏହି ଖାଦ୍ୟ କେବଳ ସ୍ୱାଦ ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ।
ସାମ୍ବର ଅନେକ ଲୋକଙ୍କୁ ପସନ୍ଦ, କିନ୍ତୁ ଆପଣ ଏହା ପଛର କାହାଣୀ ଜାଣନ୍ତି କି? ଏହା କେଉଁଠୁ ଆସିଲା? ଏହାକୁ ପ୍ରଥମେ କିଏ ତିଆରି କରିଥିଲେ ଏବଂ ଏହାର ନାମ ସାମ୍ବର କାହିଁକି ଦିଆଯାଇଥିଲା? ଏପରି ଅନେକ ପ୍ରଶ୍ଵ ସମସ୍ତଙ୍କ ମନରେ ଆସିଥାଏ । ପ୍ରକୃତରେ, ଏହାର କାହାଣୀ ସଦ୍ୟ ମୁକ୍ତିଲାଭ କରିଥିବା ଫିଲ୍ମ ‘ଛାଭା’ର ସମ୍ଭାଜୀ ମହାରାଜଙ୍କ ସହ ଜଡିତ। ତେବେ ଆସନ୍ତୁ ଜାଣିବା ଏହାର ଇତିହାସ ବିଷୟରେ…
ପ୍ରଥମେ କିଏ ସାମ୍ବର ତିଆରି କରିଥିଲେ?
ସାମ୍ବର ପ୍ରଥମେ କେଉଁଠି ପ୍ରସ୍ତୁତ ହୋଇଥିଲା ତା’ର ଇତିହାସ ସ୍ପଷ୍ଟ ନୁହେଁ। ହେଲେ କିଛି ତଥ୍ୟ କହେ ଦକ୍ଷିଣ ଭାରତର ଏହି ଲୋକପ୍ରିୟ ଖାଦ୍ୟର ଉତ୍ପତ୍ତି ଦକ୍ଷିଣ ଭାରତରେ ନୁହେଁ ବରଂ ସାମ୍ବର ସର୍ବପ୍ରଥମେ ତିଆରି ହୋଇଥିଲା ଥାଞ୍ଜାଭୁର, ମରାଠା ସାମ୍ରାଜ୍ୟ ସମୟରେ। ଆଉ ଥାଞ୍ଜାଭୁରର ଶାସକ ସାହୁଜୀ ପ୍ରଥମଙ୍କ ରାଜକୀୟ ରୋଷେଇଶାଳରେ ହୋଇଥିଲା। କୁହାଯାଏ ଯେ ଯେତେବେଳେ ଶିବାଜୀଙ୍କ ବଡ଼ ପୁଅ ଏବଂ ମରାଠା ସାମ୍ରାଜ୍ୟର ଉତ୍ତରାଧିକାରୀ ସମ୍ଭାଜୀ ଥାଞ୍ଜାଭୁର ଆସିଥିଲେ, ତାଙ୍କୁ ଏକ ଅନନ୍ୟ ଖାଦ୍ୟ ପରିବେଷଣ କରାଯାଇଥିଲା। ସମ୍ଭାଜୀ ଏହି ଖାଦ୍ୟକୁ ବହୁତ ପସନ୍ଦ କରିଥିଲେ, ତେଣୁ ଏହାକୁ ସମ୍ଭାଜୀଙ୍କ ନାମ ସହିତ ମିଶାଇ ଏହି ଖାଦ୍ୟର ନାମ ସାମ୍ବର ରଖାଗଲା । ଏହାର ଅର୍ଥ ‘ସାମ୍ଭା ଚା ଆହାର’, ଅର୍ଥାତ୍ ସମ୍ଭାଜୀଙ୍କ ଖାଦ୍ୟ।
ଡାଲି କରିବା ବେଳେ ପ୍ରସ୍ତୁତ ହୋଇଥିଲା ସାମ୍ବର ।
ସାମ୍ବର ପଛରେ ଆଉ ଏକ କାହାଣୀ ଅଛି ଏବଂ ଏହା ମଧ୍ୟ ଶାହାଜୀ ପ୍ରଥମ ଏବଂ ସମ୍ଭାଜୀ ସହିତ ଜଡିତ। କୁହାଯାଏ ଯେ ଶାହଜୀ ବହୁତ ଭଲ ରୋଷେଇ ଜାଣିଥିଲେ। ଗୋଟିଏ ଦିନ ସେ ପାରମ୍ପରିକ ଆମତି ଡାଲ ତିଆରି କରୁଥିଲେ, ଯାହା କୋକମରୁ ତିଆରି ହୁଏ। ସେତେବେଳେ ତାଙ୍କ ରୋଷେଇ ଘରେ କୋକମ ଉପଲବ୍ଧ ନଥିଲା, ତେଣୁ ସେ ଏଥିରେ ତେନ୍ତୁଳି ଏବଂ କିଛି ପନିପରିବା ମିଶାଇଲେ। ପରେ ଏହି ଖାଦ୍ୟ ସମ୍ଭାଜୀଙ୍କୁ ପରିବେଷଣ କରାଯାଇଥିଲା । ଆଉ ସମ୍ବାଜୀ ଏହାକୁ ବହୁତ ପସନ୍ଦ କରିଥିଲେ। ସେବେଠାରୁ ଏହା ସମ୍ଭାଜୀଙ୍କ ନାମରେ ସାମ୍ବର ଭାବରେ ଜଣାଶୁଣା ହେଲା।
Comments are closed.