Latest Odisha News

BREAKING NEWS

ଭାରତ ମହାସାଗରରେ ଅଧିକରୁ ଅଧିକ ଯୁଦ୍ଧ ଜାହାଜ ନିୟୋଜିତ କରୁଛି ଚୀନ

ବେଜିଂ: ଚୀନ ନୌସେନାର ଗିତିବିଧି ଏବେ କିଛି ଦିନ ହେବ ସନ୍ଦେହଜନକ ରହୁଛି । ଗୁରୁବାର ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତ ମହାସାଗରରେ ଚୀନ ଯୁଦ୍ଧ ଜାହାଜ ସଂଖ୍ୟା ବୃଦ୍ଧି କରାଇବାରେ ଲାଗିଛି । ସମୁଦ୍ରରେ ଗବେଷଣା ଓ ନଜର ରଖିବା ଆଳରେ ଚୀନ ଏହି ଷଡଯନ୍ତ୍ର ରଚୁଛି । ଭାରତୀୟ ନୌସେନା ମଧ୍ୟ ଡ୍ରାଗପର ଏହି ଚାଲ ପରେ ନଜର ରଖିବା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର ଆରମ୍ଭ କରିଛି । ଚୀନ ଜାହାଜ ଉପରେ ଏବେ ନଜର ରଖିବା ପାଇଁ ହାଇ ଆଲର୍ଟ ଜାରୀ କରାଯାଇଛି ।

ପାକିସ୍ତାନ ବନ୍ଦରଗୁଡିକ ଏହି ଜାହାଜ ପାଇଁ ମୂଖ୍ୟ କେନ୍ଦ୍ର ସାଜିଛିି । ଯାହାକି ଏକ ଚିନ୍ତାର କାରଣ ବୋଲି ନୌସେନାର ପ୍ରମୁଖ ଆଡମିରାଲ ହରି କୁମାର କହିଛନ୍ତି । ଭାରତ ମହାସାଗରରେ ଚୀନ ଜାହଜ ପ୍ରାୟତଃ ୧୦ରୁ ୧୨ ସଂଖ୍ୟା ମଧ୍ୟରେ ରହିଥାଏ । ଏବେ ଏହା ବୃଦ୍ଧି ପାଇ ୨୦ରୁ ୩୦ରେ ପଂହଚିଛି । ଏଥିରେ ୬ରୁ ୮ ଯୁଦ୍ଧ ଜାହାଜ, ଗବେଷଣା ପାଇଁ ୪ରୁ ୬ ଓ ବାକି ଟ୍ରାଂସିଟ ଜାହଜ ରହିଛି । ସୂଚନାଯୋଗ୍ୟ, ଦକ୍ଷିଣ ଚୀନ ସାଗର ସୀମାରେ ଥିବା ଅଧିକାଂଶ ଏସୀୟ ଦେଶ ସହିତ ଚୀନର ଅଶାନ୍ତି ଲାଗି ରହିଛି ।

Comments are closed.