Latest Odisha News

BREAKING NEWS

ଉନ୍ମୋଚିତ ହେଲା ‘ଦି ରେନବୋ ସ୍ମାଇଲସ’

ଭୁବନେଶ୍ୱର : ବିଶିଷ୍ଟ ଅନୁବାଦିକା ପ୍ରଭାତୀ ମିଶ୍ରଙ୍କ ଓଡ଼ିଆ ଗଳ୍ପର ଇଂରାଜୀ ଅନୁବାଦ ପୁସ୍ତକ “ଦି ରେନବୋ ସ୍ମାଇଲସ ” କଳିଙ୍ଗ ବୁଦ୍ଧ ବିହାର ପରିସରରେ ମନୋରଞ୍ଜନ ପାଣିଗ୍ରାହୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।

ଅର୍ଚ୍ଚନା ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉନ୍ମୋଚନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଶାନ୍ତନୁ କୁମାର ଆଚାର୍ଯ୍ୟ , ସମ୍ମାନିତା ଅତିଥି ଭାବରେ ସିନ୍ଧୁ ନନ୍ଦିନୀ ତ୍ରିପାଠୀ ଏବଂ ଆଧ୍ୟପକ ବିଶ୍ୱ ରଞ୍ଜନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।

ଓଡ଼ିଆ ଭାଷାରେ ଲିଖିତ ପୁସ୍ତକ ବିଭିନ୍ନ ଭାଷାରେ ଅନୂଦିତ ହେଲେ ଏହା ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଭାବ ବିନିମୟର ସୁଯୋଗ ସୃଷ୍ଟି କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପରିଶେଷରେ ବିଦ୍ୟୁତପ୍ରଭା ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.