ଆଜିକାଲି ସୋସିଆଲ ମିଡ଼ିଆରେ ଆମେ ଅଜବ ଅଜବ ଭିଡ଼ିଓ ଦେଖିବାକୁ ପାଇଥାନ୍ତି । ଯାହାକୁ ଦେଖିଲେ ବି ବିଶ୍ୱାସ କରିବା ଅସମ୍ଭବ ହୋଇପଡ଼େ । ଏବେ ଠିକ୍ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟକର ହୋଇପଡ଼ିବ । ଏକ ଗଛ ଯାହା ଇନ୍ଦ୍ରଧନୁ ପରି ରଙ୍ଗରେ ସଜେଇ ହୋଇଛି । ଏହି ଗଛଗୁଡ଼ିକ ଦେଖିବାକୁ ଖୁବ୍ ସୁନ୍ଦର । ି
ପ୍ରକୃତି ଆମକୁ ଅନେକ ଜିନିଷ ଦେଇଛି, ଯାହା ଆମକୁ ଆଶ୍ଚର୍ଯ୍ୟ କରେ । ଅନେକ ଚମତ୍କାର ଜିନିଷ ପୃଥିବୀରେ ରହିଛି । ଏଇ ଯେମିତି ଇନ୍ଦ୍ରଧନୁ ରଙ୍ଗ ପରି ଏକ ଗଛ । ଏହାକୁ ଦେଖିଲେ ଲାଗିବ ଏହି ଗଛକୁ କେହି ରଙ୍ଗବେରଙ୍ଗ ରଙ୍ଗରେ ସଜେଇଛି । କିନ୍ତୁ ତାହା ନୁହେଁ । ପ୍ରକୃତି ଏହି ଗଛକୁ ଏମିତି ଗଢ଼ିଛି । ଏଥିରେ ଇନ୍ଦ୍ରଧନୁ ପରି ରଙ୍ଗ ରହିଛି । ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ।ଏହି ବୃକ୍ଷଟି ସମଗ୍ର ବିଶ୍ୱରେ ଜଣାଶୁଣା । ସାଧାରଣ ଭାଷାରେ ଏହାକୁ ଇନ୍ଦ୍ରଧନୁ ଇଉକାଲପଟାସ୍ କୁହାଯାଏ । କିନ୍ତୁ ବୈଜ୍ଞାନିକ ଭାଷାରେ ଏହାକୁ ଇଉକ୍ଲିପ୍ଟାସ ଡିଗ୍ଲୁପଟା କୁହାଯାଏ ।
ରଙ୍ଗୀନ ଗଛ ତାଲିକାରେ ଶୀର୍ଷରେ ଥିବା ଏହି ଗଛର ବିଶେଷତ୍ୱ ହେଉଛି ଏଥିରେ ବିସ୍ତୃତ ବିଭିନ୍ନ ପ୍ରକାରର ରଙ୍ଗ ରହିଛି । କେତେକ ସ୍ଥାନରେ ଏହି ଗଛକୁ ଇନ୍ଦ୍ରଧନୁ ଗୁମ୍ ମଧ୍ୟ କୁହାଯାଏ । ଗଛ ସହିତ ଜଡ଼ିତ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଅଛି, ଯେପରି ବୃକ୍ଷର ବୟସ ବଢ଼ିବା ସହିତ ଏହାର ରଙ୍ଗ ପରିବର୍ତ୍ତନ ହୁଏ ।ଏହି ଗଛଗୁଡ଼ିକ ସର୍ବଦା ସମାନ ନୁହନ୍ତି । ଏହା ବଢ଼ିବା ସହିତ ଏହାର ଛେଲି ଖସିବା ଆରମ୍ଭ କରେ ଏବଂ ଗଛର ଉଜ୍ଜ୍ୱଳ ରଙ୍ଗ ବାହାରକୁ ଆସେ । ପ୍ରତ୍ୟେକ ଋତୁରେ ଯେତେବେଳେ ଏହାର ଛେଲି ଆସେ, ଏଥିରୁ ସୁନ୍ଦର ରଙ୍ଗ ବାହାରିଥାଏ । ଏହି ଗଛର ହାରାହାରି ଉଚ୍ଚତା ୭୬ ମିଟର । ଏହାର କାଠ ବହୁତ ମହଙ୍ଗାରେ ବିକ୍ରି ହୁଏ । କାରଣ ଏଥିରୁ ଧଳା କାଗଜ ତିଆରି ହୋଇଥାଏ । ଏହି ଗଛଗୁଡ଼ିକ ପ୍ରାୟତଃ ଫିଲିପାଇନ୍ସ, ଇଣ୍ଡୋନେସିଆ ଏବଂ ପାପୁଆ ନ୍ୟୁ ଗିନିରେ ଦେଖାଯାଏ ।
Comments are closed.