Latest Odisha News

BREAKING NEWS

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ମୁଦ୍ରାନୀତି ସମୀକ୍ଷା କରି ସୁଧହାର ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ୨୦୨୨ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତିର ସମୀକ୍ଷା କରି ରେପୋରେଟକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି । ସେହିପରି ରିଭର୍ସ ରେପୋ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ୨୦୨୧-୨୦୨୨ ଆର୍ଥିକ ବର୍ଷ ପାଇଁ ଜିଡିପିରେ ୧୦.୫ ପ୍ରତିଶତ ଆକଳନ କରିଛି ଆରବିଆଇ ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ବିଶ୍ୱ ଅର୍ଥନୀତିରେ ସୁଧାର ଆସୁଛି । ଦେଶରେ ବି ଅର୍ଥ ବ୍ୟବସ୍ଥାରେ ସୁଧାର ହେଉଛି । କିନ୍ତୁ ଏବେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଅର୍ଥ ବ୍ୟବସ୍ଥାରେ ଅନିଶ୍ଚିତତା ବି ଦେଖାଦେଇଛି । ଚ୍ୟାଲେଞ୍ଜକୁ ସାମନା କରି ଭାରତ ଆଗକୁ ବଢ଼ିବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି ।

Leave A Reply

Your email address will not be published.