Latest Odisha News

BREAKING NEWS

ଆଜି ଆକାଶରେ ଚମକିବ ‘ଗୋଲାପି ଜହ୍ନ’

ଭୁବନେଶ୍ବର: ଆଜି ଆକାଶରେ ଚମକିବ ‘ଗୋଲାପି ଚନ୍ଦ୍ର’ । ସାଧାରଣତଃ ପ୍ରାରମ୍ଭିକ ବସନ୍ତରେ ଫୁଟୁଥିବା ଏକ ପ୍ରକାର ଗୋଲାପି ଫୁଲର ନାମ ଅନୁସାରେ ଏପ୍ରିଲର ପୂର୍ଣ୍ଣ ଚନ୍ଦ୍ରକୁ ଗୋଲାପି ଜହ୍ନ ନାମରେ ନାମିତ କରାଯାଇଛି । ନାସା ଅନୁସାରେ ଏହି ଗୋଲାପି ଚନ୍ଦ୍ର ପୂର୍ବାଞ୍ଚଳ ଦିବାଲୋକ ସମୟ ୨ଟା ୫୫ରେ ମାତ୍ର ମୁହୂର୍ତ୍ତକ ପାଇଁ ପୂର୍ଣ୍ଣ ସ୍ୱରୂରେ ଦେଖାଯିବ ।

କିନ୍ତୁ ମୋଟ୍‌ ୩ ଦିନ ଅର୍ଥାତ୍‌ ଆସନ୍ତା ଶୁକ୍ରବାର ସକାଳୁ ସୋମବାର ସକାଳ ପର୍ଯ୍ୟନ୍ତ ଏହା ପୂର୍ଣ୍ଣ ସ୍ୱରୂପରେ ଦେଖାଯିବ । ସୂର୍ଯ୍ୟ , ପୃଥିବୀ ଓ ଚନ୍ଦ୍ର ଯେତେବେଳେ ୧୮୦ ଡିଗ୍ରୀ ରେଖାରେ ଅବସ୍ଥାନ କରନ୍ତି, ଏହି ସ୍ଥିତିରେ ପୂର୍ଣ୍ଣ ଚନ୍ଦ୍ର ଦୃଶ୍ୟମାନ ହବ । ଚନ୍ଦ୍ରର କକ୍ଷ ପୃଥିବୀର କକ୍ଷ ଅପେକ୍ଷା ପ୍ରାୟ ୫ ଡିଗ୍ରୀ ଭିନ୍ନ । ତେଣୁ ଏହା ସାଧାରଣତଃ ପୃଥିବୀର ଛାଇ ଅପେକ୍ଷା ଟିକିଏ ଉଚ୍ଚ କିମ୍ବା ନିମ୍ନରେ  ରହିବ । ଫଳରେ ସୂର୍ଯ୍ୟ ରଶ୍ମି ଏହାର ନିକଟସ୍ଥ ପାଶ୍ୱର୍‌ ବା ପୃଥିବୀକୁ ମୁହାଁଇଥିବା ପାଶ୍ୱର୍ ଉପରେ ଆକାଶରେ ଦେଖାଯିବ ପଡ଼ିପ।ରେ ।

ବେଳେବେଳେ ପୂର୍ଣ୍ଣ ଚନ୍ଦ୍ର ବା ପୂର୍ଣ୍ଣିମା ସମୟରେ ପୃଥିବୀର ପୂରା ଛାଇ ବା ଆଂଶିକ ଛାଇ ଚନ୍ଦ୍ର ଉପରେ ପଡ଼େ, ଯାହାକୁ ଚନ୍ଦ୍ର ଗ୍ରହଣ କୁହାଯାଏ । ଆଗାମୀ ଚନ୍ଦ୍ରଗ୍ରହଣ ଆସନ୍ତା ମାସ ୧୫-୧୬ ତାରିଖରେ ହେବାକୁ ଯାଉଛି । ଯେତେବେଳେ ସମୁଦାୟ ଚନ୍ଦ୍ର ଗ୍ରହଣ ଚନ୍ଦ୍ରକୁ ଲାଲ୍‌ ରଙ୍ଗ କରିଦିଏ, ତାକୁ ‘ବ୍ଲଡ୍‌ ମୁନ୍‌?’ କୁହାଯାଏ । ସେତେବେଳେ ଧଳା ଚନ୍ଦ୍ର ଲାଲ୍‌ ରଙ୍ଗ ପାଲଟିଯାଏ, କାରଣ ସୂର୍ଯ୍ୟ କିଛି ଆଲୋକ ପୃଥିବୀ ଚତୁପାଶ୍ୱର୍ରେ ପଡ଼ିଥାଏ ।

ଏଠାରେ ଆମ ବାୟୁମଣ୍ଡଳ ନୀଳ ଓ ବାଇଗଣି ଭଳି ଛୋଟ ୱେଭ୍‌ଲେନ୍ଥକୁ ଛାଣିଥାଏ କିନ୍ତୁ ଲାଲ୍‌ ଓ ନାରଙ୍ଗୀ ୱେଭ୍‌ଲେନ୍ଥକୁ ଛାଡ଼ିଦିଏ । ଅର୍ଥାତ ଏହି ରଙ୍ଗ ଚନ୍ଦ୍ରରେ ପହଞ୍ଚି ତାକୁ ଗାଢ ଲାଲ୍‌ ରଙ୍ଗରେ ରୂପାନ୍ତରିତ କରିଦିଏ । ଆସନ୍ତା ମେ ମାସର ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଉତ୍ତର ଓ ଦକ୍ଷିଣ ଆମେରିକାର କିଛି ସ୍ଥାନ, ୟୁରୋପ, ଆଫ୍ରିକା ଓ ଏସିଆରେ ଦୃଶ୍ୟମାନ ହେବ ।

Leave A Reply

Your email address will not be published.