Latest Odisha News

BREAKING NEWS

୪ର୍ଥ ପର୍ଯ୍ୟାୟ ସାପ୍ତାହିକ ସଟଡାଉନର ଦ୍ବିତୀୟ ଦିନ: ରାସ୍ତାଘାଟ ଶୂନଶାନ

ଯାଜପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ୧୦ଟି ଜିଲ୍ଲା ସମେତ ଯାଜପୁର ଜିଲ୍ଲାରେ ମଧ୍ୟ ସାପ୍ତାହିକ ସଟଡାଉନ୍ କଟକଣା ଲାଗୁ ହୋଇଛି। ଆଜି ୪ର୍ଥ ପର୍ଯ୍ୟାୟ ସାପ୍ତାହିକ ସଟଡାଉନ୍ କଟକଣାର ଦ୍ବିତୀୟ ଦିନ । ତେବେ ଏହି ସଟଡାଉନ୍ କଟକଣା ଯୋଗୁଁ ଜିଲ୍ଲାର ସମସ୍ତ ୧୦ ଟି ବ୍ଲକ୍ ଓ ୨ଟି ପୌରାଞ୍ଚଳରେ ପ୍ରାୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସେହିପରି ରାସ୍ତାରେ ଯାନବାହାନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି। କେବଳ ଆମ୍ବୁଲାନ୍ସ, ଫାୟାର ଗାଡ଼ି, ଶିଳ୍ପାନୁଷ୍ଠାନରେ ନିୟୋଜିତ ଗାଡ଼ି ଓ ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ଯାନବାହାନକୁ ଛାଡିଦେଲେ ଅନ୍ୟ ସମସ୍ତ ପ୍ରକାର ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି ଔଷଧ ଦୋକାନ,ପ୍ୟାଥୋଲାବ୍ ଓ ମେଡିକାଲ ଆଦି ଖୋଲା ରହିଥିବା ବେଳେ ଅନ୍ୟ ସମସ୍ତ ବ୍ୟବସାୟୀକ ସଂସ୍ଥା ଗୁଡିକ ବନ୍ଦ ରହିଛି। ବିଭିନ୍ନ ଛକ ବଜାର ମାନଙ୍କରେ ପୋଲିସ୍ ମୁତୟନ ହୋଇଥିବା ବେଳେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି। ସହର ବଜାରରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟ ସବୁ ଶୂନଶାନ ହୋଇଯାଇଛି। ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ମଧ୍ୟ ଜାରି ରହିଛି।

ସେପଟେ ଆଜି ଯାଜପୁର ଜିଲ୍ଲାରେ ଆଉ ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୪୧ ଜଣଙ୍କୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪୬ ରେ ପହଞ୍ଚିଛି। ସେଥିମଧ୍ୟରୁ ୩୪୨ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୧୦୪ ଟି ଆକ୍ଟିଭ କେସ ରହିଛି।

Comments are closed.