Latest Odisha News

BREAKING NEWS

୫୯୮ ପଏଣ୍ଟ ତଳକୁ ଖସିଲା ସେନସେକ୍ସ, ଘରୋଇ ବଜାର ଉପରେ ପଡିଲା ବିଶ୍ୱ ବଜାରର ପ୍ରଭାବ

ମୁମ୍ବାଇ: ବିଶ୍ୱର ବିଭିନ୍ନ ସେୟାର ବଜାରରେ ଏବେ ବିକ୍ରିର ପର୍ଯ୍ୟାୟ ଚାଲିଛି । ଯାହାର ଚାପ ଗୁରୁବାର ଭରତୀୟ ସେୟାର ବଜାର ଉପରେ ପଡିଛି । ଫଳରେ ସେୟାର ବଜାର ହ୍ରାସରେ ବନ୍ଦ ହୋଇଛି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ଇଣ୍ଡେକ୍ସ ୫୯୮.୫୭ ଅର୍ଥାତ ୧.୧୬ ପ୍ରତିଶତ ହ୍ରାସ ସହ ୫୦୮୪୬.୦୮ସ୍ତରରେ ବନ୍ଦ ହୋଇଛି ।

ଏହାପୂର୍ବରୁ ବୁଧବାର ନାସଡାକ୍‌ ଇଣ୍ଡେକ୍ସ ୨.୭୦ ପ୍ରତିଶତ ତଳେ ୧୨,୯୯୭ରେ ବନ୍ଦ ହୋଇଥିଲା । ଡାଉଜୋନ୍ସ ଓ ଏସଏଣ୍ଡପି ୫୦୦ ଇଣ୍ଡେକ୍ସରେ ୧.୩୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଥିଲା ।   

ଜାପାନର ନିକ୍କଇ ଇଣ୍ଡେକ୍ସ ମଧ୍ୟ ୫୧୭ ପଏଣ୍ଟ ତଳକୁ ଖସିଥିବା ବେଳେ ୨୯.୦୪୨ରେ ଏବେ କାରବାର କରୁଛି । ହଙ୍ଗକଙ୍ଗର ହେଙ୍ଗସେଙ୍ଗ ଇଣ୍ଡେକ୍ସ ୮୧୬ ପଏଣ୍ଡ ହ୍ରାସ ସହ ୨୯.୦୬୪ରେ କାରବାର କରୁଥିବା ଜଣାପଡିଛି । ଏହାଛଡା ଚୀନ୍‌ର ସାଂଘାଇ କମ୍ପୋଜିଟ୍, କୋରିଆର କୋସ୍ପି ଓ ଅଷ୍ଟ୍ରେଲିଆର ଅଲ ଅର୍ଡନରିଜ ଇଣ୍ଡେକ୍ସରେ ୧.୭୪ ପଣ୍ଟ ହ୍ରାସ ଦେଖାଯାଇଛି ।  

Leave A Reply

Your email address will not be published.