Latest Odisha News

BREAKING NEWS

କିପରି ହୋଇଥାଏ ଇନ୍ଦ୍ରଧନୁର ଆକାର? ଜାଣନ୍ତୁ…

ଭୁବନେଶ୍ଵର: ଇନ୍ଦ୍ରଧନୁକୁ କିଏ ବା ନଦେଖିଛି । ବର୍ଷା ଦିନେ ପ୍ରାୟତଃ ଇନ୍ଦ୍ରଧନୁ ଆକାଶରେ ଦେଖାଦେଇଥାଏ । ସେଥିରେ ଥିବା ୭ଟି ରଙ୍ଗ ଆକାଶକୁ ବେଶ ସଜାଇ ଦେଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି, ଇନ୍ଦ୍ରଧନୁର ଆକାର ଅର୍ଦ୍ଧଗୋଲ କଣ ପାଇଁ ଦେଖାଯାଏ । ପ୍ରକୃତରେ ଇନ୍ଦ୍ରଧନୁର ଆକାର ଅର୍ଦ୍ଧଗୋଲ ନା ସମ୍ପୁର୍ଣ୍ଣଗୋଲ ।

କହିରଖୁଛୁ ଯେ, ବାସ୍ତବରେ ଇନ୍ଦ୍ରଧନୁର ଆକାର ସମ୍ପୁର୍ଣ୍ଣ ଗୋଲ । ଆକାଶରେ ଅନେକ ଦୂରତା ପର୍ଯ୍ୟନ୍ତ ଲମ୍ବିଥାଏ ଇନ୍ଦ୍ରଧନୁ । କିନ୍ତୁ ପୃଥିବୀ ଗୋଲାକାର ହୋଇଥିବାରୁ ଇନ୍ଦ୍ରଧନୁର କିଛି ଭାଗ ନିମ୍ନ ଭାଗରେ ରହିଥାଏ । ଫଳରେ ଆମକୁ ଅଧା ଇନ୍ଦ୍ରଧନୁ ଦୃଶ୍ୟମାନ ହୋଇଥାଏ । ପୃଥିବୀ ଗୋଲାକାର ହେବା କାରଣରୁ ଆମକୁ ଇନ୍ଦ୍ରଧନୁର କେବଳ ଉପର ଭାଗ ଦେଖାଯାଇଥାଏ । ତେବେ ଯଦି ବିମାନ ଯାତ୍ରା ସମୟରେ ଇନ୍ଦ୍ରଧନୁ ଦେଖିବାକୁ ମିଳେ ତେବେ ପୁରା ଗ୍ଲୋବ ନଜର ଆସିଥାଏ । ସବୁବେଳେ ସୂର୍ଯ୍ୟର ବିପରୀତ ଦିଗରେ ଆକାଶରେ ଦୃଶ୍ୟମାନ ହୋଇଥାଏ ଇନ୍ଦ୍ରଧନୁ । ଯେତେବେଳେ ସୂର୍ଯ୍ୟକିରଣ ବର୍ଷା ଜଳ ଉପରେ ପଡେ ସେତେବେଳେ ଏହା ୭ଟି ଅଲଗା ଅଲଗା ରଙ୍ଗରେ ବାଣ୍ଟି ହୋଇଯାଏ । ଯେଉଁ କାରଣରୁ ଆକାଶରେ ସାତୋଟି ଅଲଗା ଅଲଗା ରଙ୍ଗ ଦେଖାଯାଇଥାଏ ।

ବିଜ୍ଞାନ ଅଧ୍ୟୟନ ଦ୍ୱାରା ଏହାର କାରଣ ଜଣାପଡିଲା ଯେ, ଇନ୍ଦ୍ରଧନୁ ହେଉଛି ପ୍ରକୃତିର ପ୍ରିଜମ୍ । ତେବେ ଛୋଟ ବୁନ୍ଦା ଜଳ ସ୍ୱଚ୍ଛ ପ୍ରିଜମ୍ ଭାବରେ କାମ କରିଥାଏ । ଯେତେବେଳେ ସୂର୍ଯ୍ୟକିରଣ ଏହି ଛୋଟ ବୁନ୍ଦା ଦେଇ ଗତି କରେ, ସେତେବେଳେ ଏହି ଆଲୋକ ସାତ ରଙ୍ଗରେ ବିଭକ୍ତ ହୋଇ ଆମକୁ ଇନ୍ଦ୍ରଧନୁ ପରି ଦେଖାଯାଏ । ଇନ୍ଦ୍ରଧନୁର ଲାଲ୍ ରଙ୍ଗ ଉପର ଭାଗରେ ଥିବା ବେଳେ ବାଇଗଣୀ ରଙ୍ଗର ଷ୍ଟ୍ରିପ ତଳେ ରହିଥାଏ ।

Comments are closed.