ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ସାପ ଅଙ୍କାବଙ୍କା ହୋଇ ନୁହେଁ ସିଧା ଚାଲୁଛି । ଏହି ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ସାଧାରଣତଃ ସାପର ଗୋଡ଼ ନ ଥାଏ । କିନ୍ତୁ ଭାଇରାଲ ହେଉଥିବା ଭିଡିଓରେ ସାପଟି ତାର ଗୋଡ଼ରେ ଚାଲୁଥିବାର ଭ୍ରମ ସୃଷ୍ଟି କରୁଛି । କେବଳ ସେତିକି ନୁହେଁ, ସାପଟି ଅଙ୍କାବଙ୍କା ହୋଇ ଚାଲୁ ନାହିଁ । ବରଂ ପୁରା ସିଧା ଚାଲୁଛି । ଏହି ସାପକୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି ।
ବାସ୍ତବରେ ସାପମାନେ ମାଂସପେଶୀ ବ୍ୟବହାର କରି ଚାଲିଥାନ୍ତିି । ସାପ ତାର ମାଂସପେଶୀକୁ ମାଟି ଉପରେ ଚାପ ଦେଇ ଶରୀରକୁ ଆଗକୁ ବଢାଇଥାଏ । ସାପମାନେ ହେଉଛନ୍ତି ସରିସୃପ ପ୍ରଜାତିର । ତେବେ ଅନେକ ସରୀସୃପ ଶାରୀରିକ ଗଠନ ଅନୁସାରେ ଗୋଡ଼ ବ୍ୟବହାର କରି ଅଙ୍କାବଙ୍କା ହୋଇ ଚାଲିଥାନ୍ତି । ସେ ଭିତରୁ କିଛି ମଧ୍ୟ ସିଧା ଚାଲିଥାନ୍ତି । କିନ୍ତୁ ସାପମାନଙ୍କ ଗୋଡ଼ ନ ଥିବାରୁ ସେମାନେ ଆଦୌ ସିଧା ଚାଲିବାକୁ ଅକ୍ଷମ । ଶରୀରର ବିଭିନ୍ନ ପ୍ରାନ୍ତରେ ଥିବା ମାଂସପେଶୀ ସେମାନଙ୍କୁ ଆଗକୁ ଚାଲିବାରେ ସହାୟତା କରିଥାଏ । ତେଣୁ ସେମାନେ ସିଧା ଚାଲିବାର ନଜିର ନାହିଁ ।
Comments are closed.