ମୁମ୍ବାଇ: ବର୍ଷ ବର୍ଷ ଧରି ମାଆ ସାମ୍ନା କରି ଆସୁୁଥିବା ଜଳକଷ୍ଟକୁ ଲାଘବ ପାଇଁ ଦୃଢ ନିଷ୍ପତ୍ତି ନେଲା ୧୪ବର୍ଷର ପୁଅ । ନିଜ ଉଦ୍ୟମରେ ଖୋଳିଲା କୁଅ,ଯାହା ନିଜ ମାଆର କଷ୍ଟକୁ କମ୍ କରିବାରେ ସହାୟକ ହେଲା । ତାହାସହିତ ନାବାଳକର ଏହି ଉଦ୍ୟମ ଅନ୍ୟମାନଙ୍କ ଆଖି ମଧ୍ୟ ଖୋଲିଦେଲା । ଏଭଳି ଏକ ଘଟଣା ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚାରେ ଅଛି ।
ମୁମ୍ବାଇଠାରୁ ୧୨୦ କି.ମି. ଦୂର ପାଲଘରରେ ରହିଛି କେଲୱେ ଗାଁ । ଏହି ଗାଁରେ ବହୁ ବର୍ଷ ଧରି ପାଣିର ସମସ୍ୟା ଲାଗି ରହିିଛି । ଏଠାରେ ପାଣି ପାଇଁ ନଦୀ ଏକମାତ୍ର ସାହା ଭରସା । ଏବେ ଏହି ନଦୀର ଜଳସ୍ତର କମି ଗଲାଣି । ତଥାପି ଗାଁ ମହିଳାମାନେ ବହୁ ଦୂର ଚାଲି ଚାଲି ଯାଇ ନଦୀରୁ ପାଣି ଆଣନ୍ତି । ଏହି ଗାଁର ନବମ ଶ୍ରେଣୀରେ ପଢୁଥିବା ପ୍ରଣବ ରମେଶ ସାଲକର ନାମକ ଜଣେ ୧୪ ବର୍ଷୀୟ ପିଲାର ମା’ ବି ଉକ୍ତ ନଦୀକୁ ଚାଲି ଚାଲି ପାଣି ଆଣିବାକୁ ଯାଆନ୍ତି । ମା’ଙ୍କର ଏଭଳି କଷ୍ଟ ଦେଖି ପ୍ରଣବ ସହି ପାରୁ ନ ଥିଲା । ଶେଷରେ ସେ ନିଷ୍ପତ୍ତି ନେଲା ନିଜ ଘର ପାଖରେ ହିଁ ଏକ କୁଅ ଖୋଳିବ ।
ପ୍ରଣବ ଘର ବାଡ଼ିରେ ଏକ କୂଅ ଖୋଳିବାକୁ ଲାଗିଲା । ମା’ ପ୍ରଥମେ ପ୍ରଣବର ଏହି କାମକୁ ପିଲାଳିଆମୀ ଭାବୁଥିଲେ । ହେଲେ ପ୍ରଣବ ଲଗାତାର ଖୋଳି ୫ ଫୁଟ୍ ଗଭିରତା ପର୍ଯ୍ୟନ୍ତ ଖୋଳି ଦେଲେ । ମା’ ବୁଝିଗଲେ ଯେ, ପ୍ରଣବ ମଜା କରୁ ନ ଥିଲା । ଏକଥା ଗାଁ ସାରା ପ୍ରଚାର ହୋଇଗଲା । ଲଗାତାର ୪ ଦିନ ଖୋଳି ସେ ୧୫ ଫୁଟ କୁଅ ଖୋଳିଦେଲା । ଆଉ ଶେଷରେ ପାଣିର ଉତ୍ସ ବି ବାହାରିଲା । ପ୍ରଣବର ଏଭଳି ମା’ ପ୍ରତି ଭଲ ପାଇବା ଓ ସାହସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
Comments are closed.