ଯାଜପୁର: ନିଲମ୍ବିତ ବଡଚଣା ଥାନା ଅଧିକାରୀ ଦିପକ ଜେନାଙ୍କୁ ନେଇ ଆସିଲା ନୂଆ ତଥ୍ୟ । ସେ ପୁରୀ ନେଇ ଯାଇଥିବା ସ୍କର୍ପିଓ ଗାଡିକୁ ନେଇ ବିବାଦ ବଢ଼ିଛି । ଚୋରା ଗାଡିରେ ହଳଦିଆ ବତି ଲଗାଇ ପୁରୀ ଯାଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ଗତକାଲି ତାଲାବନ୍ଦ କଟକଣା ଭାଙ୍ଗି ନିଜ ପରିବାରକୁ ନେଇ ନିଲମ୍ବିତ ଥାନା ଅଧିକାରୀ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ସେ ନିଜ ପରିବାର ସହିତ ଏକ ସ୍କୋର୍ପିଓ ଗାଡିରେ ପୁରୀ ଯାଇଥିଲେ । ସେ ବ୍ୟବହାର କରିଥିବା ସ୍କୋର୍ପିଓ ଗାଡିଟି ଗତ ମାସ ୨୦ ତାରିଖ ଦିନ ଚଣ୍ଡିଖୋଲ କୋର୍ଟ ସମ୍ମୁଖରୁ ଜଣେ ଠିକାଦାରଙ୍କ ଠାରୁ କେତେକ ଦୁବୃର୍ତ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ସେହି ଗାଡିରେ ସରକାରୀ ବତି ଲଗାଇ ସେ ପୁରୀ ଶ୍ରୀମନ୍ଦୀର ଯାଇଥିବା ଜଣାପଡିଛି ।
ତେବେ କିପରି ଏକ ବେସରକାରୀ ଗାଡିରେ ସରକାରୀ ବତି ଲଗାଇ ପୁରୀ ପର୍ୟ୍ୟନ୍ତ ଗଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଥାନା ଅଧିକାରୀ ଦୀପକ ଜେନା ଗତକାଲି ଶ୍ରୀମନ୍ଦୀରକୁ ନିଜ ଝିଅର ମାନସିକ ପୁରଣ ପାଇଁ ଯାଇଥିବା ବେଳେ ତାଙ୍କୁ କେତେକ ସେବାୟତ ବାରଣ କରିବାରୁ ସେ ଫେରିଆସିଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ।
ତାଲାବନ୍ଦ କଟକଣା ନିୟମ ଭାଙ୍ଗିବା ଯାଜପୁର ବଡଚଣା ଥାନା ଅଧିକାରୀ ଦିପକ ଜେନାଙ୍କୁ ମହଙ୍ଗା ପଡିଛି । ଆଜି ସକାଳୁ ଥାନା ବାବୁଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ୍ ଡିଜି ଅଭୟ । ଏନେଇ ପୋଲିସ୍ ଡିଜିଙ୍କ କାର୍ୟ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ଲକଡାଉନ ନିୟମ ଭାଙ୍ଗିବା ଅଭିଯୋଗରେ କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା ଟୁଇଟରେ କୁହାଯାଇଛି ।
BREAKING NEWS
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
Comments are closed.