ଯାଜପୁର: ନିଲମ୍ବିତ ବଡଚଣା ଥାନା ଅଧିକାରୀ ଦିପକ ଜେନାଙ୍କୁ ନେଇ ଆସିଲା ନୂଆ ତଥ୍ୟ । ସେ ପୁରୀ ନେଇ ଯାଇଥିବା ସ୍କର୍ପିଓ ଗାଡିକୁ ନେଇ ବିବାଦ ବଢ଼ିଛି । ଚୋରା ଗାଡିରେ ହଳଦିଆ ବତି ଲଗାଇ ପୁରୀ ଯାଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ଗତକାଲି ତାଲାବନ୍ଦ କଟକଣା ଭାଙ୍ଗି ନିଜ ପରିବାରକୁ ନେଇ ନିଲମ୍ବିତ ଥାନା ଅଧିକାରୀ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ସେ ନିଜ ପରିବାର ସହିତ ଏକ ସ୍କୋର୍ପିଓ ଗାଡିରେ ପୁରୀ ଯାଇଥିଲେ । ସେ ବ୍ୟବହାର କରିଥିବା ସ୍କୋର୍ପିଓ ଗାଡିଟି ଗତ ମାସ ୨୦ ତାରିଖ ଦିନ ଚଣ୍ଡିଖୋଲ କୋର୍ଟ ସମ୍ମୁଖରୁ ଜଣେ ଠିକାଦାରଙ୍କ ଠାରୁ କେତେକ ଦୁବୃର୍ତ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ସେହି ଗାଡିରେ ସରକାରୀ ବତି ଲଗାଇ ସେ ପୁରୀ ଶ୍ରୀମନ୍ଦୀର ଯାଇଥିବା ଜଣାପଡିଛି ।
ତେବେ କିପରି ଏକ ବେସରକାରୀ ଗାଡିରେ ସରକାରୀ ବତି ଲଗାଇ ପୁରୀ ପର୍ୟ୍ୟନ୍ତ ଗଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଥାନା ଅଧିକାରୀ ଦୀପକ ଜେନା ଗତକାଲି ଶ୍ରୀମନ୍ଦୀରକୁ ନିଜ ଝିଅର ମାନସିକ ପୁରଣ ପାଇଁ ଯାଇଥିବା ବେଳେ ତାଙ୍କୁ କେତେକ ସେବାୟତ ବାରଣ କରିବାରୁ ସେ ଫେରିଆସିଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ।
ତାଲାବନ୍ଦ କଟକଣା ନିୟମ ଭାଙ୍ଗିବା ଯାଜପୁର ବଡଚଣା ଥାନା ଅଧିକାରୀ ଦିପକ ଜେନାଙ୍କୁ ମହଙ୍ଗା ପଡିଛି । ଆଜି ସକାଳୁ ଥାନା ବାବୁଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ୍ ଡିଜି ଅଭୟ । ଏନେଇ ପୋଲିସ୍ ଡିଜିଙ୍କ କାର୍ୟ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ଲକଡାଉନ ନିୟମ ଭାଙ୍ଗିବା ଅଭିଯୋଗରେ କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା ଟୁଇଟରେ କୁହାଯାଇଛି ।
BREAKING NEWS
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
- ଆଉ ଜଣେ ଠକ ଡାକ୍ତର ଗିରଫ; ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ
- ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଆମେରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ
- ସାଉଦି ଆରବର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ, ୧୧୦ ବର୍ଷରେ ହୋଇଥିଲେ ବାପା
- ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ
Comments are closed.