Latest Odisha News

BREAKING NEWS

ପାଣି ମଧ୍ୟରେ ସାଇକ୍ଲିଂ ଟ୍ରାକ୍, ସାଇକେଲ ଚଲାଇବାରେ ନିଆରା ଅନୁଭୂତି

ଜେଙ୍କ: ବେଲଜିୟମର ବୋକରଜିକ୍ ପ୍ରାକୃତିକ ପାର୍କରେ ଚମକ୍ରାର ଢ଼ଙ୍ଗରେ ଏକ ସାଇକେଲ ଟ୍ରାକ୍ ପ୍ରସ୍ତୁତ କରାଯାଇଛି । ପାଣି ମଧ୍ୟରେ ନିର୍ମିତ ଏହି ଟ୍ରାକରେ ସାଇକେଲ ଚଳାଇବା ବେଳେ ଚାଳକ ପାଣି ଉପରେ ଏହାକୁ ଚଳାଉଥିବା ଅନୁଭବ କରିବ । ଏହି ରୋମାଂଚ ପାଇଁ ଅତ୍ୟାଧୁନି ଜ୍ଞାନ କୌଶଳ ବ୍ୟବହାର କରି ଏହାକୁ ନିର୍ମିତ କରାଯାଇଛି । ୨୦୦ ମିଟର ଦୂରତା ଏହି ଟ୍ରାକ୍ ଏବେ ବେଲଜିୟମ ଯୁବ ପିଢ଼ୀଙ୍କ ପାଇଁ ଆକର୍ଷଣୀୟ କେନ୍ଦ୍ର ସାଜିଛି । ଡେ ୱିଜର ୱେଟ ଲ୍ୟାଣ୍ଡରେ ଥିବା ୧୦୦୦ ଛୋଟ ବଡ ପୋଖରୀ ମଧ୍ୟରୁ ଗୋଟିକରେ ଏହି ଟ୍ରାକ୍ ପ୍ରସ୍ତୁତ କରାଯାଇଛି । ପାଖାପାଖି ୧ଲକ୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତି ଏହି ଟ୍ରାକରେ ସାଇକେଲ ଚଳାଇ ସାରିଲେଣି । ଟାଇମର ଶ୍ରେÂ ୧୦୦ ଭଲ ସ୍ଥାନ ମଧ୍ୟରେ ଏହି ଟ୍ରାକକୁ ସାମିଲ କରାଯାଇଛି ।

Leave A Reply

Your email address will not be published.