କେରଳ:ଆପଣ ଭାରତର ଯୁଆଡେ ଯାଆନ୍ତୁ, ସେଠାରେ ଭିନ୍ନ ଭିନ୍ନ ମନ୍ଦିର ଦେଖିବାକୁ ପାଇବେ । ପ୍ରତ୍ୟେକ ମନ୍ଦିରର ଭିନ୍ନ ଭିନ୍ନ କାହାଣୀ ମଧ୍ୟ ରହିଥାଏ । ସାଧାରଣତଃ ମନ୍ଦିରରେ ଲୋକେ ଫଳମୂଳ, ମିଠା ଆଦି ଭୋଗ ଲଗାଇଥାନ୍ତି । କିନ୍ତୁ କେରଳରେ ଏମିତି ଏକ ମନ୍ଦିର ଅଛି,ଯେଉଁଠି ଲୋକେ ଭଗବାନଙ୍କ ନିକଟରେ ଚା’ ଓ ମୁଗ୍ ଚାଟ୍ ଭୋଗ ଚଡ଼ାଇଥାନ୍ତି ।
କେରଳର କନ୍ନୋରଠାରେ ରହିଛି ମୁଥପନ୍ ମନ୍ଦିର । ଏହି ମନ୍ଦିର ଏହାର ମହାନତା ଏବଂ ସୌନ୍ଦର୍ଯ୍ୟ ପାଇଁ ବେଶ୍ ପ୍ରସିଦ୍ଧ । ଏହି ମନ୍ଦିରର ଅନନ୍ୟ ପରମ୍ପରା ହେତୁ ଏହାର ଖ୍ୟାତି ବି ରହିଛି । କିନ୍ତୁ ଏହାର ନିଆରା ପ୍ରସାଦ ପାଇଁ ଏହା ସବୁଠାରୁ ବେଶୀ ପ୍ରସିଦ୍ଧ । ଏହି ମନ୍ଦିରଟି ବାଲପାଟନମ୍ ନଦୀ କୂଳରେ ଅବସ୍ଥିତ । ଏଠାରେ ଭଗବାନ ମୁଥାପନ୍ ପୂଜା ପାଆନ୍ତି । ତାଙ୍କୁ ଭଗବାନ ବିଷ୍ଣୁ ଏବଂ ଶିବଙ୍କର ଅବତାର ଭାବରେ ବିବେଚନା କରାଯାଏ । ଏଠାରେ ଭଗବାନଙ୍କ ନିକଟରେ ଚା ଓ ମୁଗ ଡାଲିରେ ତିଆରି ଚାଟ୍ ପ୍ରସାଦ ଭାବରେ ଅର୍ପଣ କରାଯାଏ । ଏହା ଭଗବାନଙ୍କ ନିକଟରେ ପୂଜା କରାଯିବା ପରେ ଏହି ପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ । ଲୋକମାନେ ଏହି ପ୍ରସାଦ ଖାଇବା ପାଇଁ ଦୂର ଦୂରାନ୍ତରୁ ଆସିଥାନ୍ତି । ମନ୍ଦିର ପରିସରରେ ପ୍ରତିଦିନ ଶହ ଶହ ଲିଟର କ୍ଷୀରରେ ଚା ତିଆରି କରାଯାଇଥାଏ ।
ଏହି ମନ୍ଦିର ଅନ୍ୟ ଏକ କାରଣ ପାଇଁ ମଧ୍ୟ ପ୍ରସିଦ୍ଧ । ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମନ୍ଦିରରେ ଏକ ପ୍ରକାର ନୃତ୍ୟର ଆୟୋଜନ କରାଯାଏ । ଏହାକୁ ଥିୟମ୍ କୁହାଯାଏ । ଲୋକମାନେ ଏହାକୁ ଦେଖିବାକୁ ମଧ୍ୟ ଆସନ୍ତି ।
Comments are closed.