Latest Odisha News

BREAKING NEWS

ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ ଫୁଟବଲ ମହାକୁମ୍ଭ

ନୂଆଦିଲ୍ଲୀ: କାତରରେ ନଭେମ୍ବର ୨୦ରୁ ଆରମ୍ଭ ହୋଇଯିବ ଫୁଟବଲ ମହାକୁମ୍ଭ । ଏହାର ଫାଇନାଲ ମ୍ୟାଚ ଡିସେମ୍ବର ୧୮ରେ ଖେଳାଯିବ । ଉଦଘାଟନୀ ଦିବସରେ ଆୟୋଜକ କତାର ଓ ଇକ୍ୟୁଡର ମଧ୍ୟରେ ମୁକାବିଲା ହେବ । ଗ୍ରୁପ ଷ୍ଟେଜ ମୁକାବିଲା ଡିସେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହା ପରେ ରାଉଣ୍ଡ ଅଫ ୧୬ ଡିସେମ୍ବର ୩ରୁ ୭ ଏବଂ କ୍ୱାର୍ଟର ଫାଇନାଲ ଡିସେମ୍ବର ୯ରୁ ୧୧ ପର୍ଯ୍ୟନ୍ତ ଖେଳାଯିବ । ସେମିଫାଇନାଲ ଡିସେମ୍ବର ୧୪ ଓ ୧୫ ଏବଂ ଫାଇନାଲ ୧୮ରେ ଖେଳାଯିବ । ଓଭରାଲ ୬୪ ମ୍ୟାଚ ଏହି ମହାକୁମ୍ଭରେ ଖେଳାଯିବ ।
କେଉଁ ଷ୍ଟାଡିୟମରେ ଖେଳାଯିବ: ୮ଟି ଭେନ୍ୟୁରେ ମ୍ୟାଚଗୁଡିକ ଖେଳାଯିବ । ସେଗୁଡିକ ହେଲା ଲୁସେଲ ଆଇକନିକ ଷ୍ଟାଡିୟମ, ଅଲ ବାୟଟ ଷ୍ଟାଡିୟମ, ଅଲ ଖୋର ଏଜୁକେଶନ ସିଟି ଷ୍ଟାଡିୟମ, ଅଲ ରାୟନ ଅହମ୍ମଦ ବିନ ଅଲି ଷ୍ଟାଡୟମ, ଖଲିଫା ଇଂଟରନ୍ୟାଶନାଲ ଷ୍ଟାଡିୟମ, ଦୋହା ଅଲ ଥୁମାମା ଷ୍ଟାଡିୟମ, ଷ୍ଟାଡିୟମ ୯୭୪, ଅଲ ଜାନୋବ ଷ୍ଟାଡିୟମ ଓ ଅଲ ୱାକରାହ ।
ଟିମ ଏବଂ ଗ୍ରୁପ: ୨୦୨୨ ସଂସ୍କରଣ ପାଇଁ ୩୨ଟି ଟିମକୁ ୮ଟ ଭାଗରେ ଭାଗ କରାଯାଇଛି । ସେଗୁଡିକ ହେଲା- ଗ୍ରୁପ ଏ: କାତାର, ଇକ୍ୟୁଡେର, ସେନଗାଲ, ନେଦରଲାଣ୍ଡ । ଗ୍ରୁପ ବି: ଇଂଲଣ୍ଡ, ଇରାନ, ଆମେରିକା, ୱେଲ୍ସ । ଗ୍ରୁପ ସି: ଆର୍ଜେଂଟିନା, ସୌଦି ଆରବ, ମେକ୍ସିକୋ, ପୋଲାଣ୍ଡ । ଗ୍ରୁପ ଡି: ଫ୍ରାନ୍ସ, ଅଷ୍ଟ୍ରେଲିଆ, ଡେନମାର୍କ ଓ ଟ୍ୟୁନିସିଆ । ଗ୍ରୁପ ଇ: ସ୍ପେନ, କୋଷ୍ଟା ରିକା, ଜର୍ମାନୀ ଓ ଜାପାନ । ଗ୍ରୁପ ଏଫ: ବେଲଜିୟମ, କାନାଡା, ମରକ୍କୋ ଓ କ୍ରୋଏସିଆ । ଗ୍ରୁପ ଜି: ବ୍ରାଜିଲ, ସର୍ବିୟା, ସୁଇଜରଲାଣ୍ଡ, କାମେରୁନ । ଗ୍ରୁପ ଏଚ: ପର୍ତୁଗାଲ,ଘାନା, ଉରୁଗୁଏ ଓ ଦକ୍ଷିଣ କୋରିଆ ।

ଶ୍ରେଷ୍ଠ ୫ ର‌୍ୟାଙ୍କିଙ୍ଗ ଟିମ: ଫିଫା ର‌୍ୟାଙ୍କିଙ୍ଗରେ ଶ୍ରେଷ୍ଠ ୫ଟି ଟିମ ହେଲା ବ୍ରାଜିଲ, ବେଲଜିୟମ, ଆର୍ଜେଂଟିନା, ଫ୍ରାନ୍ସ, ଇଂଲଣ୍ଡ ।
ପୁରସ୍କାର ରାଶି: ଚାମ୍ପିୟନ ଟିମକୁ ଏଥର ୩୨୦ କୋଟି ଟଙ୍କା ପୁରସ୍କାର ରାଶି ବାବଦକୁ ମିଳିବ । ରନର୍ସଅପକୁ ୨୨୭ ଏବଂ ତୃତୀୟ ସ୍ଥାନ ହାସଲକାରୀ ଟିମକୁ ୨୦୬ କୋଟି ଟଙ୍କା ମିଳିବ ।

ମେସି, ନେମାରଙ୍କ ଶେଷ ବିଶ୍ୱକପ: ଆର୍ଜେଂଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସୀ ଏବଂ ବ୍ରାଜିଲ ନେମାର ଏହା ସେମାନଙ୍କର ଶେଷ ବିଶ୍ୱକପ ହେବାକୁ ଯାଉଛି ବୋଲି ସୂଚନା ଦେଇ ସାରିଛନ୍ତି । କ୍ରିଷ୍ଟିଆନ ରୋନାଲ୍ଡୋ ଏ ନେଇ କୌଣସି ସୂଚନା ଦେଇଥିଲେ ମଧ୍ୟ ଏହା ତାଙ୍କର ଶେଷ ବିଶ୍ୱକପ ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.