ପାରାଦୀପ: ପାରାଦୀପରେ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ଉପକୂଳ ସମରାଭ୍ଯାସ। ମିଳିତ ସମରାଭ୍ଯାସର ନାମ ”ସାଗର କବଚ ୧”। ଏହି ମିଳିତ ସମରାଭ୍ୟାସରେ ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନାଭାଲ, ବନ ବିଭାଗ, ମତ୍ସ୍ୟ ବିଭାଗ ଓ ଗୁଇନ୍ଦା ଏଥିରେ ସାମିଲ ହୋଇଥିବା ଜଣାପଡିଛି। ଉପକୂଳ ସହିତ ଜଳପଥରେ ମଧ୍ଯ କଡା ପ୍ରହର ଦିଆଯାଉଥିବା ବେଳେ ପ୍ରତିଟି ସମ୍ବେଦନଶୀଳ ସ୍ଥାନରେ ଚେକିଂ କଡାକଡି ଭାବେ କରାଯାଉଛି।
ଜଳପଥ ଦେଇ ସ୍ଥଳ ଭାଗକୁ କିଭଳି ଶତୃ ପକ୍ଷ ପ୍ରବେଶ ନକରି ପାରିବେ ତାହାକୁ ନେଇ ଚାଲିଛି ଏହି ଦୁଇଦିନିଆ ସମରାଭ୍ଯାସ। ବ୍ଲୁ ଟିମ ଓ ରେଡ ଟିମ ଭାବେ ଦୁଇଟି ଟିମ ଗଠନ କରାଯାଇ ସମୁଦ୍ର ଭିତରକୁ ରେଡ ଟିମ ଯାତ୍ରା କରି ବିଭିନ୍ନ ମାରଣାସ୍ତ୍ର ଧରି ଉପକୂଳକୁ ପ୍ରବେଶ କରିବାକୁ ଚେଷ୍ଟା କରିବେ। ଆଉ ଉପକୁଳ ସୀମାରେ କଡା ପ୍ରହରା ଦେଉଥିବା ବ୍ଲୁ ଟିମ ସେମାନଙ୍କୁ ପ୍ରତିହତ କରିବାକୁ ଚେଷ୍ଟା କରିବ। ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ପାଇଁ ପ୍ରତିବର୍ଷ ଏହି ସମରାଭ୍ଯାସ କରାଯାଇଥାଏ।
Comments are closed.