Latest Odisha News

BREAKING NEWS

ଏଇଠି ରହିଛି ନର୍କର ଘାଟି, ରୁହନ୍ତି କେବଳ ମାଙ୍କଡ

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ସ୍ଥାନ ଅଛି ଯାହା ରହସ୍ୟ ଏବେବି ଘେରରେ । ଏହି ସ୍ଥାନଗୁଡିକ ମଧ୍ୟରୁ କେତେକ ସ୍ଥାନକୁ ପର୍ଯ୍ୟଟକମାନଙ୍କୁ ଯିବାକୁ ଅନୁମତି ମିଳିଥିବା ବେଳେ କିଛି ସ୍ଥାନକୁ ପର୍ଯ୍ୟଟକମାନଙ୍କୁ ଯିବାପାଇଁ ଅନୁମତି ମିଳିନଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବୁ, ଯାହାକୁ ନର୍କର ଘାଟି ବୋଲି କୁହାଯାଏ ।

ଜାପାନ ଦୁନିଆର ସର୍ବୋତ୍ତମ ଦେଶ ମଧ୍ୟରେ ଗୋଟିଏ । ଆଜି ଜାପାନୀ ଟେକ୍ନୋଲୋଜି ପ୍ରାୟ ସବୁକ୍ଷେତ୍ରରେ ଆଗରେ ରହିଛି । କିନ୍ତୁ ଜାପାନରେ ଏପରି ଏକ ସ୍ଥାନ ଅଛି ଯାହାକୁ ନର୍କର ଘାଟି କୁହାଯାଏ । ନର୍କର ଏହି ଘାଟିକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଅନେକ ଲୋକ ଆସିଥାଆନ୍ତି । ରାଜଧାନୀ ଟୋକିଓଠାରୁ ପ୍ରାୟ ପାଞ୍ଚଶହ କିଲୋମିଟର ଦୂରରେ ନାଗାନୋ ନାମକ ଏକ ରାଜ୍ୟ ଅଛି । ଯେଉଁଠାରେ ରହିଛି ଏହି ନର୍କର ଘାଟି । ଦେଶର ପ୍ରସିଦ୍ଧ ୟୁକୋୟୁ ନଦୀ କୂଳରେ ଅବସ୍ଥିତ ଏହି ନର୍କର ଘାଟି ଚାରିପାଖରେ ଘେରି ରହିଛି ଜିଗୋକୁଦନି ମଙ୍କି ପାର୍କ । ଶୀତ ଋତୁରେ ଏଠାରେ ଭୟଙ୍କର ତୁଷାରପାତ ହୋଇଥାଏ । ସେହି ସମୟରେ ସେଠାରେ ମଣିଷଙ୍କ ରହିବା ଅସମ୍ଭବ ହୋପଡିଥାଏ । ସେଠାରେ କେବଳ ମାଙ୍କଡମାନେହିଁ ବାସ କରନ୍ତି ।

କହିରଖୁଛୁ ଯେ, ସେପ୍ଟେମ୍ବରରୁ ଏପ୍ରିଲ୍ ମାସ ମଧ୍ୟରେ ଏହି ମଙ୍କି ପାର୍କ ଚାରିପାଖରେ ଭୟଙ୍କର ତୁଷାରପାତ ହୋଇଥାଏ । ସେତେବେଳେ ଏଠାରେ ଏପରି ବରଫ ବର୍ଷା ହୋଇଥାଏ ଯେ ସେଠାରେ ଥିବା ଗଛ ଗୁଡିକ ମଧ୍ୟ ବରଫ ଚାଦରରେ ଘୋଡାଇ ହୋଇ ଯାଇଥାଏ । ସେତେବେଳେ ସେଠାରୁ ଥିବା ମଣିଷଙ୍କ ସହ ଅନ୍ୟ ସମସ୍ତ ପ୍ରାଣୀ ଏବଂ ପକ୍ଷୀ ମଧ୍ୟ ପଳାଇ ଯାଆନ୍ତି । ଏଠାରେ ମୁଳରୁ ମାଙ୍କଡ ରହିଆସୁଥିବାରୁ ସେହି ଅନୁସାରେ ସେଠାକାର ନାମ ମଙ୍କି ପାର୍କ ହୋଇଥିଲା ।

Comments are closed.