Latest Odisha News

ମଣିଷଖିଆ ଭାଲୁକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ

ନବରଙ୍ଗପୁର:ଶେଷରେ ମଣିଷଖିଆ ଭାଲୁକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ । ଠିକାଦାରଙ୍କ ମୃତ୍ୟୁର ରାଗ ସୁଝାଇଲେ । ଶହ ଶହ ଲୋକ ଏକାଠି ହୋଇ ମାରିଦେଲେ ଭାଲୁକୁ ।

ନବରଙ୍ଗପୁର ଜିଲ୍ଲା ଦେଇ ଯାଇଥିବା ବିକ୍ରମପୁର ଭତରା ଗ୍ରାମ ନିକଟରେ ନିର୍ମାଣ ଚାଲିଥିବା ଭାରତ ମାଳା ରାସ୍ତା କାର୍ଯ୍ୟରେ ପେଟି ଠିକାଦାର ଭାବେ  କାର୍ଯ୍ୟରତ ବ୍ରିଜେଶ ଦ୍ବିବେଦୀଙ୍କୁ  ହଠାତ୍ ଆଜି ସକାଳେ ଏକ ଭାଲୁ ଟାଣି ନେଇ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା । ସେଠାରେ ଭାଲୁ ଆକ୍ରମଣରେ  ବ୍ରିଜେଶଙ୍କର ମୃତ୍ୟୁ ଘଟିଥିଲା ।

ମୃତ ବ୍ରିଜେଶଙ୍କର ଘର  ମଧ୍ୟପ୍ରଦେଶ ମାହିର ଗାଁରେ ।  ସାଥିରେ ଥିବା ଲୋକମାନେ  ଭାଲୁକୁ ଘଡାଇବାକୁ ଚେଷ୍ଟା କରିଥିଲେ ।  କିନ୍ତୁ ସମ୍ଭବ ହୋଇ ପାରି ନ ଥିଲା । ସଙ୍ଗେ ସଙ୍ଗେ ଏନେଇ ନବରଙ୍ଗପୁର ପୋଲିସ ଓ  ବନ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ବନବିଭାଗ ପହଞ୍ଚି ପହଞ୍ଚି ଶବକୁ ଉଦ୍ଧାର କରିଥିଲେ ।

ଏତିକିରେ ଭାଲୁର ଉତ୍ପାତ କମି ନ ଥିଲା । ଠିକାଦାରଙ୍କୁ ମାରିବା ପରେ ପୁଣି ଦୁଇଜଣ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲା । ଏଥିରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ପଡିଥିଲେ । ଅପରାହ୍ନରେ ଶତାଧିକ ଲୋକ ଏକାଠି ହୋଇ ମଣିଷଖିଆ ଭାଲୁକୁ ଖୋଜି ଖୋଜି ତାକୁ ପିଟିଥିଲେ । ବିନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ଭାଲୁର ଶବକୁ ଜବତ କରିଛି ।

Leave A Reply

Your email address will not be published.