Latest Odisha News

BREAKING NEWS

ସ୍ପେନରେ ଦେଖିବାକୁ ମିଳିଲା ବିଲୁପ୍ତପ୍ରାୟ ଧଳା ଇବେରିୟନ ଲିନକ୍ସ

ନୂଆଦିଲ୍ଲୀ: ସ୍ପେନର ପାହାଡିଆ ଅଂଚଳ ଜାଏନରୁ ଏକ ସନ୍ତୋଷଜନକ ଖବର ହସ୍ତଗତ ହୋଇଛି । ଯାହାକି ପ୍ରାଣୀପ୍ରେମୀଙ୍କୁ ବେଶ ଆନନ୍ଦ ପ୍ରଦାନ କରିଛି । ଦୀର୍ଘ ଦିନ ପରେ ଏଠାରେ ଧଳା ରଙ୍ଗର ଇବେରିୟନ ଲିନକ୍ସ ନାମକ ବିଲୁପ୍ତ ପ୍ରାୟ ଜୀବକୁ ଦେଖିବାକୁ ମିଳିଛି । ଜଙ୍ଗଲୀ ବିଲେଇ ପରି ଦେଖାଯାଉଥିବା ଏହି ପ୍ରଜାତିର ପ୍ରାଣୀର ରଙ୍ଗ ପ୍ରାୟତଃ ସୁନେଲୀ କିମ୍ବା ସବୁଜ ରଙ୍ଗର ହୋଇଥାଏ । ସ୍ପେନର ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଏଞ୍ଜେଲ ହିଡାଲଗୋ ଏହାର ଫଟୋ ଭିଡିଓ ଉତୋଳନ କରିଛନ୍ତି । ଦୀର୍ଘ ଦିନ କଠିନ ପରିଶ୍ରମ କରିବା ପରେ ଏବେ ମୋ ସ୍ୱପ୍ନ ସାର୍ଥକ୍ୟ ହୋଇଛି । ଏହି ଭଳି ଏକ ଜୀବର ଫଟୋ ମୁଁ ଉଠାଇଛି ଯାହା ଜୀବନଯାକ ମନେ ରହିବ ।

ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ୨ ଦଶକ ତଳେ ଧଳା ରଙ୍ଗର ଇବେରିୟନ ଲିନକ୍ସ ବିଲୁପ୍ତ ଶ୍ରେଣୀରେ ସାମିଲ ହୋଇଥିଲା । ସାରା ବିଶ୍ୱରେ ଏହାର ସଂଖ୍ୟା ୧୦୦ ତଳକୁ ଖସି ଆସିଥିଲା । ସରକାରଙ୍କ ଉଦ୍ୟମ ପରେ ଧୀରେ ଧୀରେ ଏହି ଜୀବର ସଂଖ୍ୟା ବୃଦ୍ଧି ପାଇଥିଲା । ହିଡାଲଗୋ କହିଛନ୍ତି ସବୁ ଦିନ ପରି ନିରାଶ ହୋଇ ଫେରି ଯିବାକୁ ବସିଥିବା ବେଳେ ହଠାତ ବର୍ଷା ହୋଇଥିଲା । କିଛି ସମୟ ପରେ ଏହା ଛାଡି ଯାଇଥିଲା । ହଠାତ ଦୂରରୁ ଏକ ଧଳା ରଙ୍ଗର ଜୀବ ଦେଖିଲି । ପରେ ଜାଣିପାରିଲି ଏହା ହେଉଛି ଧଳା ରଙ୍ଗର ଇବେରିୟନ ଲିନକ୍ସ । ମୁଁ ଖୁସୀ ସମ୍ଭାଳି ପାରି ନ ଥିଲି । କ୍ୟାମେରାରେ କିପରି ଏହାକୁ କ୍ୟାପଚର କରିବି ତାହା ମୋ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ଏବେ ବି ମୋତେ ଏହି ଘଟଣା ସ୍ୱପ୍ନ ପରି ଲାଗୁଛି ବୋଲି ସେ କହିଛନ୍ତି ।

Comments are closed.