Latest Odisha News

BREAKING NEWS

ଦି ୱାୟେର ସମ୍ପାଦକଙ୍କ ଘରେ ପୋଲିସର ଚଢ଼ାଉ

ନୂଆଦିଲ୍ଲୀ: ନ୍ୟୁଜ ୱେବସାଇଟ ଦି ୱାୟେରର ଦୁଇ ସମ୍ପାଦକଙ୍କ ଘରେ ଦିଲ୍ଲୀ ପୋଲିସ ଚଢ଼ାଉ କରିଛି । ଏହି ଦୁଇଜଣ ହେଲେ ସିଦ୍ଧାର୍ଥ ବର୍ଦ୍ଧରାଜନ ଓ ଏମଜେ ଭେନୁ । ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟଙ୍କ ଅଭିଯୋଗ ପରେ ପୋଲିସ ଏହି ଚଢ଼ାଉ କରିଛି । ଦି ୱାୟେର ଉଦ୍ଦେଶ୍ୟମୂଳକ ଭାବେ ନକଲି ପ୍ରମାଣପତ୍ର ସହ ମାଲବ୍ୟଙ୍କ ବିରୋଧରେ ଠକେଇ ଓ ହେରଫେର ଅଭିଯୋଗ ଆଣିଥିଲେ । ଏ ନେଇ ମାଲବ୍ୟ ଅଭିଯୋଗ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହ୍ୱାଟସଆପ, ଇନଷ୍ଟାଗ୍ରାମ ଓ ମେଟା ସହ ମାଲବ୍ୟଙ୍କ ଭଲ ସମ୍ପର୍କ ରହିଛି ବୋଲି ଦି ୱାୟେରରେ ଖବର ପ୍ରକାଶ ପାଇଥିଲା ।

ଏପରିକି ବିଜେପିକୁ ଅସୁବିଧାରେ ପକାଉଥିବା ପୋଷ୍ଟକୁ ସେ ହଟେଇବାରେ ମୂଖ୍ୟ ଭୂମିକା ଗ୍ରହଣ କରୁଥିଲେ । ଏଥିନେଇ ଉପରୋକ୍ତ ସୋସିଆଲ ସାଇଟ ତାଙ୍କୁ ସ୍ୱାଧୀନତା ଦେଇଥିଲେ ବୋଲି ଅଭିଯୋଗ କରିଥିଲା । ମାଲବ୍ୟ ଏହା ପରେ ମାନହାନୀ ମୋକଦ୍ଦମା କରିବେ ବୋଲି ଧମକ ଦେଇଥିଲେ ।

Leave A Reply

Your email address will not be published.