Latest Odisha News

BREAKING NEWS

ବିଶ୍ବର ପ୍ରଥମ ହାତଘଣ୍ଟା, ଯାହାର ମୂଲ୍ୟ ୮୦ ନିୟୁତ ଡଲାର

ନୂଆଦିଲ୍ଲୀ : ଆମେ ସାଧାରଣତଃ ହାତରେ ଘଣ୍ଟା ପିନ୍ଧିବାକୁ ପସନ୍ଦ କରିଥାନ୍ତି। ପୂର୍ବରୂ କିଛି ବିଶିଷ୍ଟ ବ୍ୟକ୍ତି ହିଁ ହାତରେ ଘଣ୍ଟା ପିନ୍ଧୁଥିଲେ। କାରଣ ଘଣ୍ଟାର ଦାମ୍‌ ଏତେ ଥିଲା ଯେ ସାଧାରଣ ଲୋକ କିଣିବାକୁ ଅକ୍ଷମ ଥିଲେ। ବିଶ୍ବର ପ୍ରଥମ ହାତ ଘଣ୍ଟା ୫୧୫ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା।‘ପୋମାଣ୍ଡର ୱାଚ୍‌ ଅଫ୍‌ ୧୫୦୫’ କିମ୍ବା ‘ୱାଚ୍‌ ୧୫୦୫’ ନାମରେ ଏହି ଘଣ୍ଟା ବେଶ୍‌ ପରିଚିତ ଥିଲା ।

ତେବେ ଏହି ଘଣ୍ଟାକୁ ଜର୍ମାନୀର ଘଣ୍ଟା ନିର୍ମାତା ପିଟର ହେନ୍‌ଲେନ୍‌ ତିଆରି କରିଥିଲେ। ହେନ୍‌ଲେନ୍‌ଙ୍କୁ ବିଶ୍ବର ପ୍ରଥମ ଘଣ୍ଟା ନିର୍ମାତା ମଧ୍ୟ କୁହାଯାଏ।ସେଓ ଆକୃତିର ଏହି ଘଣ୍ଟା ଲୋକଲୋଚନକୁ ଆସିବା ପଛରେ ଏକ କାହାଣୀ ରହିଛି। କୁହାଯାଏ ଯେ, ୧୯୮୭ ମସିହାରେ ଜଣେ ଯୁବକ ଲଣ୍ଡନର ସ୍କ୍ରାପ୍‌ ମାର୍କେଟରୁ ସେତେବେଳେ ୧୦ ପାଉଣ୍ଡ ଦେଇ ଏହି ଘଣ୍ଟାକୁ କିଣିଥିଲେ, କିନ୍ତୁ ସେ ଜାଣି ନଥିଲେ ଯେ ଏହା ହେଉଛି ବିଶ୍ବର ପ୍ରଥମ ହାତ ଘଣ୍ଟା।

୨୦୦୨ ମସିହାରେ ସେ ଅନ୍ୟ ଜଣଙ୍କୁ ବିକ୍ରି କରିଥିଲେ। ଶେଷରେ ଏହି ଘଣ୍ଟା ପୋମାଣ୍ଡର ଘଣ୍ଟା ଉପରେ ଗବେଷଣା କରୁଥିବା ଜଣେ ଗବେଷକଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ଏହାକୁ ବିଶ୍ବ ଦରବାରରେ ପରିଚୟ ମିଳିଥିଲା। ଏଥିରେ ପିଟର ହେନ୍‌ଲେନ୍‌ଙ୍କ ଦସ୍ତଖତ ଥିଲା। ଏହା ତମ୍ବା ଓ ସୁନାରେ ନିର୍ମାଣ କରାଯାଇଥିଲା। ଆଜିର ସମୟରେ ଏହି ଘଣ୍ଟାର ମୂଲ୍ୟ ୮୦ ନିୟୁତ ଡଲାର ହୋଇପାରେ ବୋଲି କୁହାଯାଉଛି।

 

Comments are closed.