Latest Odisha News

ସାଙ୍ଗ ଜନ୍ମଦିନକୁ ଯାଇଥିଲେ, ୮ ଦିନ ପରେ ନଈକୂଳରୁ ମିଳିଲା ମୃତଦେହ

ମାଲକାନଗିରି: ସାଙ୍ଗ ଜନ୍ମଦିନରେ କେକ କାଟିବାକୁ ଯାଇ ଘରକୁ ଫେରି ନ ଥିଲେ ୨୨ ବର୍ଷର ଯୁବକ । ଅନେକ ଆଡ ଖୋଜାଖୋଜି କଲେ । ପୋଲିସରେ ଏଫଆଇଆର ରୁଜୁ କଲେ । ହେଲେ କେଉଁଠୁ କିଛି ସୂଚନା ମିଳି ନ ଥିଲା । ଘର କାନ୍ଦ ବୋବାଳିରେ ଫାଟି ପଡୁଥିଲା । ୮ ଦିନ ପରେ ମିଳିଲା ଯୁବକଙ୍କ ଗଳିତ ମୃତଦେହ । ଏପରି ଦୁଃଖଦ ଖବର ଆସିଛି ମାଲକାନଗିରି ଜିଲ୍ଲାରୁ ।

ମାଲକାନଗିରି ପଡିଆ ଗାଁ କମାରସାହିର ୨୨ ବର୍ଷୀୟ ଯୁବକ ସୁନିଲ ପଡିଆମି । ଗତ ୩୧ ତାରିଖ ରାତିରେ ସାଙ୍ଗ ସୋନୁ ମଣ୍ଡଳଙ୍କ ଜନ୍ମଦିନକୁ ଯାଇଥିଲେ । ହେଲେ ତା ପରଠାରୁ ସୁନିଲ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ସୋନୁଙ୍କୁ ପଚାରିଥିଲେ  । ହେଲେ ତାଙ୍କଠାରୁ କୌଣସି ସୂଚନା ମିଳିନଥିଲା।

ପରେ ସାବେରୀ ନଦୀ କୂଳରେ ସୁନୀଲଙ୍କ ପୋଷାକ ପଡିଥିବା ଦେଖିବାକୁ ମିଳିଥିଲା । ପରେ ଖୋଜାଖୋଜି କରି ନିଖୋଜର ୮ ଦିନ ପରେ ତାଙ୍କର ମୃତ ଦେହ ଉଦ୍ଧାର କରିଥିଲା ପୋଲିସ  ।

ଏପଟେ ସୁନୀଲଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ହତ୍ୟାକାରୀକୁ ଧରିବା ପାଇଁ ଦାବି କରିଛନ୍ତି ।

Comments are closed.