Latest Odisha News

BREAKING NEWS

କାଠଯୋଡ଼ିରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: କାଠଯୋଡ଼ି ପୋଲ ଉପରୁ ନଦୀକୁ ଡ଼େଇଁ ପଡ଼ିବା ଘଟଣା। ଖୋଜାଖୋଜି ପରେ ମିଳିଲା ଯୁବକଙ୍କ ମୃତଦେହ। ଦୀର୍ଘ ଘଣ୍ଟା ଖୋଜାଖୋଜି ପରେ ଓଡ୍ରାଫ୍ ଟିମ୍ ଦ୍ୱାରା ଉଦ୍ଧାର କରାଯାଇଛି। କଟକ-ଭୁବନେଶ୍ୱର ରାସ୍ତା କାଠଯୋଡ଼ି ବ୍ରିଜରୁ ଡ଼େଇଁପଡ଼ିଥିଲେ ଯୁବକ। ମୃତକ ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ ୩ର ସପନ ବେହେରା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ବ୍ରିଜ ଉପରେ ସ୍କୂୁଟି ରଖି ଯୁବକ ଜଣକ ନଦୀକୁ ଡ଼େଇଁଥିଲେ। ଖବର ପାଇଁ ଓଡ୍ରାଫ୍ ଟିମ୍ ଆସି ବହୁ ଖୋଜାଖୋଜି କରିଥିଲା। ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉପସ୍ଥିତ ଥିବା ପରିବାର ଲୋକଙ୍କଠାରୁ ଯୁବକ ଜଣକ ଏକ କୋରିୟର କମ୍ପାନୀରେ କାମ କରୁଥିବା ସୂଚନା ମିଳିଛି।

Leave A Reply

Your email address will not be published.