Latest Odisha News

ଚର୍ଚ୍ଚାରେ ମିଜୋରାମର ସର୍ବ କନିଷ୍ଠ ବିଧାୟିକା

ନୂଆଦିଲ୍ଲୀ: ମିଜୋରାମ ବିଧାନସଭା ନିର୍ବାଚନରେ ଜେଡ଼ଏମପିର ତିନିଜଣ ମହିଳା ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି । ସେମାନଙ୍କ ଭିତରୁ ଜଣେ ବିଧାୟିକାଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଏହି ବିଧାୟକ ଜଣକ ହେଉଛନ୍ତି ବେରିଲ୍ ଭାନେହସଙ୍ଗି । ଏବେ ସେ ମିଜୋରାମର ସର୍ବକନିଷ୍ଠ ବିଧାୟିକା ଭାବେ ବେଶ୍ ପରିଚିତ ।

ବେରିଲ୍ ସିଲଙ୍ଗର ହିଲ ୟୁନିଭରସିଟିରେ ସାମ୍ବାଦିକତା ଶେଷ ହେବା ପରେ ରେଡିଓ ଜକି ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଆଉ ତାଙ୍କର ମିଠା ଭଏସ ଶ୍ରୋତାଙ୍କ ମନ ଜିଣିଥିଲା । ଯାହାଦ୍ୱାରା ସେ ଘରେ ଘରେ ବେଶ୍ ଲୋକପ୍ରିୟ ହୋଇ ପାରିଥିଲେ । ପରେ ପୌର ନିର୍ବାଚନରେ ପ୍ରାର୍ଥୀ ହୋଇ ରାଜନୈତିକ ମଇଦାନରେ ପାଦ ଥାପିଥିଲେ । ଆଉ କର୍ପୋରେଟର ହୋଇ ଜନସାଧାରଣଙ୍କ ପାଇଁ କାମ କରିଥିଲେ । କିନ୍ତୁ ଯେତେବେଳେ ସାଧାରଣ ନିର୍ବାଚନରେ ଜେଡ଼ଏମପି ତାଙ୍କୁ ଟିକେଟ ଦେଇଥିଲା ସୋସିଆଲ ମିଡିଆରେ ତାଙ୍କୁ ବହୁ ସମାଲୋଚନା କରାଯାଇଥିଲା । ମଜା ଉଡ଼ାଇବା ସହ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟମାନ ଦେଇଥିଲେ । କିନ୍ତୁ ସେ ଏହାକୁ ଖାତିର ନ କରି ଆଗକୁ ବଢିଥିଲେ । ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ ।

ମହିଳାମାନଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ଦିଆଯାଉ ନ ଥିବାବେଳେ ଘରର ଚାରିକାନ୍ଥ ହିଁ ଆମ ଦୁନିଆ ବୋଲି ପିଲାଦିନରୁ ଶିଖା ଯାଇଥିଲା । କିନ୍ତୁ ଏହାକୁ ଅତିକ୍ରମ କରି ରାଜନୀତିରେ ପ୍ରବେଶ କରିବା ତାଙ୍କ ପାଇଁ ସହଜ ନଥିଲା । ମହିଳାଙ୍କ ପାଇଁ ରାଜ୍ୟରେ ବହୁ କଡ଼ା ନୀତି ନିୟମ ସାଙ୍ଗକୁ ପ୍ରତିବନ୍ଧକ ରହୁଥିବାବେଳେ ଏହି ବିଜୟ ମହିଳାଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି କହିଛନ୍ତି ବରେଲି । ଯେତେବେଳେ ସେ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଥିଲେ ସେ ଭାଙ୍ଗି ପଡ଼ିନଥିଲେ । ଦୃଢ଼ ମନୋବଳ ସହ ନିର୍ବାଚନ ଲଢ଼ି ବିଜୟ ହାସଲ କରି ବିଧାନସଭାରେ ପ୍ରବେଶ କରିଥିବାବେଳେ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।

Comments are closed.