Latest Odisha News

BREAKING NEWS

ଏଣିକି ଶହେ ପ୍ରତିଶତ ଦର୍ଶକରେ ଖୋଲିବ ସିନେମା ହଲ୍

ନୂଆଦିଲ୍ଲୀ : ଏଥର ଶହେ ପ୍ରତିଶତ ଦର୍ଶକରେ ଖୋଲିବ ସିନେମା ହଲ୍‌ । କରୋନା ଯୋଗୁ ଗତ ବର୍ଷ ମାର୍ଚ୍ଚ ମାସରୁ ହଲ୍ ସବୁ ବନ୍ଦ ରହିଥିବା ବେଳେ, ଗତ ଅକ୍ଟୋବରରୁ ୫୦ ପ୍ରତିଶତ ଦର୍ଶକରେ ଏହା ଖୋଲିଥିଲା। ହେଲେ ଏବେ ସିନେମା ହଲରେ ଜମିବ ଦର୍ଶକଙ୍କ ଭିଡ । କାରଣ, ହଲ୍‌ରେ ଦର୍ଶକ ସଂଖ୍ୟା ବଢ଼ାଇବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । କୋଭିଡ୍‌ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଯେଉଁଥିରେ ଶତ ପ୍ରତିଶତ ଦର୍ଶନକରେ ସିନେମା ହଲ ଚାଲିବା ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଉଲ୍ଲେଖ କରିଛି ।

ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ହଲ୍ ଖୋଲିବାକୁ ଅନୁମତି ମିଳିଛି। ହେଲେ କରୋନା ସଂକ୍ରମଣ ଏଡ଼ାଇବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ଏସ୍ଓପି ଜାରି କରିଛି । ସିନେମା ହଲ ଭିତରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ହଲ୍‌ରେ ସାନିଟାଇଜର ରଖାଯିବା ସହ ହଲ୍ ପରିସରରେ ଛେପ ପକାଇବା ଉପରେ ବି କଟକଣା ଜାରି କରାଯାଇଛି । ସେହିପରି ହଲ୍‌କୁ ଆସୁଥିବା ସମସ୍ତ ଦର୍ଶକ ମୋବାଇଲ୍‌ରେ ଆରୋଗ୍ୟ ସେତୁ ଆପ୍ ଡାଉନ୍‌ଲୋଡ୍ କରିବାକୁ କୁହାଯାଇଛି । ଏହାସହ ଅନ୍‌ଲାଇନ ଟିକେଟ ବୁକିଂ ମଧ୍ୟ ଜାରି ରହିବ।

Comments are closed.