Latest Odisha News

BREAKING NEWS

କବାଡ଼ିଖାନାରୁ ଚୋରା ଗାଡ଼ି ଜବତ ଘଟଣା, ୩ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ

ଯାଜପୁର: ଯାଜପୁର ଶିତଳେଶ୍ୱର କବାଡ଼ିଖାନାରୁ ଚୋରା ଗାଡ଼ି ଜବତ ଘଟଣା। ଏଥିରେ ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ବିରୋଧରେ ଯାଜପୁର ସମେତ ରାଜ୍ୟର ୯ଟି ଥାନାରେ ଅଭିଯୋଗ ରହିଛି।

ଗିରଫ ଅଭିଯୁକ୍ତମାନେ ହେଲେ କବାଡ଼ିଖାନାର ମାଲିକ ଯାଜପୁର ଅଞ୍ଚଳର ପିତାମ୍ବର ବେହେରା, କର୍ମଚାରୀ ସେକ୍ ଇସଲାମ ଏବଂ ମାନଓ ରଞ୍ଜନ ପାଲ। ଅଭିଯୁକ୍ତମାନେ ଯାଜପୁରରୁ ବିଭିନ୍ନ ଅଞ୍ଚଳକୁ ବସରେ ଯାଇ ଗାଡ଼ି ଲୁଟ୍ କରି କବାଡ଼ିଖାନାରେ ଖଣ୍ଡ ଖଣ୍ଡ ଭାଙ୍ଗି ବିକ୍ରି କରିଥାନ୍ତି ବୋଲି ପୋଲିସ ସୂଚନା ସୂଚନା ଦେଇଛି।

ତେବେ ଏହି ଘଟଣାରେ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚୁରା କରାଯିବା ସହିତ ଅନେକ ସ୍ଥାନରେ ଚଢ଼ାଉ ଜାରି ରହିଛି। ୩ଜଣ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୯ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସଡ଼ିପିଓ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି।

Leave A Reply

Your email address will not be published.