Latest Odisha News

BREAKING NEWS

ରିଜର୍ଭ ପୋଲିସ ଲାଇନ୍ ସମ୍ମୁଖ ମହାବୀର ମନ୍ଦିରରୁ ଟଙ୍କା ଓ ସୁନା ଅଳଙ୍କାର ଚୋରି

ପୁରୀ: ରିଜର୍ଭ ପୋଲିସ ଲାଇନ ସମ୍ମୁଖ ମହାବୀର ମନ୍ଦିରରୁ ଚୋରି । ମନ୍ଦିର ପରିସରରେ ଥିବା ହୁଣ୍ଡିରୁ ହଜାର ହଜାର ଟଙ୍କା ଦାନ ହୋଇଥିବା ଭକ୍ତଙ୍କ ଦ୍ବାରା ଦକ୍ଷିଣା ଗୁଡ଼ିକ ଚୋରି ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ ମୀନ କେତନ ପାଠଯୋଶୀ ।

ଖବର ମୁତାବକ, କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଭିଆଇପି ରୋଡ ନିକଟ ପୋଲିସ୍ ଲାଇନ ସ୍ଥିତ ମହାବୀର ମନ୍ଦିରରେ ଗତକାଲି ବିଳମ୍ବିତ ରାତ୍ରୀରେ ପୂଜକ ରାତ୍ରି ପହୁଡ଼ କରି ଦ୍ଵାର ବନ୍ଦ କରିଥିଲେ । ଆଜି ସକାଳେ ପୂଜକ ଦ୍ଵାର ଖୋଲିବାକୁ ଆସିବା ବେଳେ ଗେଟ୍ ର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ମନ୍ଦିର ଭିତରକୁ ଯାଇ ଦେଖିବା ବେଳେ ପରିସରରେ ଥିବା ହୁଣ୍ଡି ଭଙ୍ଗା ଯାଇଥିଲା ଏବଂ ମହାବୀରଙ୍କ ବିଭିନ୍ନ ସୁନା ଅଳଙ୍କାର ନଥିବା ଦେଖିବାକୁ ପାଇଥିଲେ । ଏହାପରେ ପୂଜକ ଏହି ଘଟଣାକୁ ନେଇ କୁମ୍ଭାରପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ହେଲେ ଏଠି ପ୍ରଶ୍ନ ଉଠୁଛି ଯେ, ପୋଲିସ ଲାଇନରେ ଏତେ ସଂଖ୍ୟକ ପୋଲିସ ବାବୁ ରହୁଥିବା ବେଳେ ସେଠାରେ କିଭଳି ସିସିଟିଭି କ୍ୟାମେରା ଲଗାଯାଇନାହିଁ । ଯେଉଁକାରଣରୁ ପୋଲିସର ଅବହେଳା ପଦାରେ ପଡ଼ିଲା ପରି ମନେ ହେଉଛି । ପୋଲିସ କ’ଣ ଜାଣି ଜାଣି ଚୋର ମାନଙ୍କୁ ପ୍ରଶ୍ରୟ ଦେଉଛି କି ନା ଏହି ଚୋରି ପଛରେ ପୋଲିସ ବାବୁ ମାନଙ୍କ ହାତ ରହୁଛି ତାହା ଏବେ ସନ୍ଦେହ ଘେରରେ ।

ତେବେ ତଦନ୍ତ ପରେ ସମସ୍ତ ଘଟଣା ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମାନେ ମତ ପୋଷଣ କରିଛନ୍ତି । ନା ପୋଲିସ ବାବୁ ଜାଣି ଶୁଣି ଏହି ଘଟଣାକୁ ତଦନ୍ତରେ ରଖି ସାରିଦେବେ, ତାହା ବି ଏବେ ପ୍ରଶ୍ନ ଘେରରେ ।

Comments are closed.