ନୂଆଦିଲ୍ଲୀ: ଗୋଟିଏ ଶରୀର ହେଲେ ଅନେକ ବ୍ୟକ୍ତିତ୍ୱ । ଜଣେ ମଣିଷ କିନ୍ତୁ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱଙ୍କ ସହ ଜୀବନ କାଟୁଛନ୍ତି । ଆପଣଙ୍କୁ ଏସବୁ ଅସମ୍ଭବ ଲାଗୁଥିଲେ ମଧ୍ୟ ଏହା ସମ୍ଭବ ହୋଇଛି । ଅବଶ୍ୟ ଏସବୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିପାରେ । କାରଣ ଏଭଳି ଅଭାବନୀୟ ଓ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆପଣ କ୍ୱଚିତ୍ ଶୁଣିଥିବେ । ହେଲେ ବାସ୍ତବରେ ଜଣେ ବ୍ୟକ୍ତିଙ୍କ ଭିତରେ ଅନେକ ଲୋକ ରହିପାରିବେ କି ? ଯଦି ଏହା ସତ ତେବେ ଆପଣ ଏହାକୁ ଭୂତ,ପ୍ରେତ,ଆତ୍ମା କିମ୍ବା କିଛି ମାନସିକ ରୋଗ ବୋଲି ନିହାତୀ କହିବେ । ତେବେ ଜଣେ ଯୁବତୀଙ୍କ ଶରୀର ଭିତରେ ଅନେକ ପ୍ରକାରର ବ୍ୟକ୍ତିତ୍ୱ ବାସ କରୁଛନ୍ତି ଓ ସେମାନଙ୍କ ସହିତ ସେ ଜୀବନ ବିତାଉଛନ୍ତି । ଏଭଳି ଏକ ଅଭାବନୀୟ ଓ ସତ କାହାଣୀ ଏବେ ସାମ୍ନାକୁ ଆସିଛି ।
ବାସ୍ତବରେ ହୁଏତ ଆପଣ ନିଶ୍ଚିତ ଭାବରେ ଏପରି କାହାଣୀ କେବଳ ଭୂତ ଚଳଚ୍ଚିତ୍ରରେ ଦେଖିଥିବେ । ଯେଉଁଥିରେ ଗୋଟିଏ ମୁହୂର୍ତ୍ତରେ ଜଣେ ବ୍ୟକ୍ତି ବିଭିନ୍ନ ରୂପ ଧାରଣ କରିବା ସହିତ ଭିନ୍ନ ଭିନ୍ନ ସ୍ୱର ଏବଂ ଚିନ୍ତାଧାରା ମଧ୍ୟ ବଦଳିଯାଇଥାଏ । ତେବେ ଏହା କୌଣସି ଫିଲ୍ମରେ ନୁହେଁ ବରଂ ସତ ଜୀବନରେ ଏମିତି ଜଣେ ମହିଳା ଅଛନ୍ତି, ଯିଏ ଏହିପରି କରିପାରନ୍ତି । ଯୁବତୀ ଜଣଙ୍କ ହେଉଛନ୍ତି ‘ଅମ୍ବର ଲଜ୍’ । ତାଙ୍କ ଭିତରେ ମୋଟ୍ ୯୩ ଜଣ ବ୍ୟକ୍ତିତ୍ୱ ବାସ କରନ୍ତି ଓ କୌତୁହଳର ବିଷୟ ହେଉଛି ସମସ୍ତେ ପରସ୍ପରଠାରୁ ଭିନ୍ନ ଅଟନ୍ତି ।
ଯୁବତୀଙ୍କର ବୟସ ୩୧ ବର୍ଷ, କିନ୍ତୁ ତାଙ୍କ ଜୀବନ ଆଦୌ ସ୍ୱାଭାବିକ ନୁହେଁ । ସେ ଡିସୋସିଏଟିଭ୍ ଆଇଡେଣ୍ଟିଟି ଡିସଅର୍ଡରରେ ପୀଡିତ ଥିବା କାରଣରୁ ସମୁଦାୟ ୯୩ ଟି ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ ତାଙ୍କ ଶରୀର ଭିତରେ ରହୁଥିବାର ଦେଖିବାକୁ ମିଳେ । ଗୋଟିଏ ମୁହୂର୍ତ୍ତରେ ସେ ଏକ ଛୋଟ ଝିଅ ପରି ଅଭିନୟ ଆରମ୍ଭ କରିଦେଇଥାନ୍ତି ତ ପୁଣି ପରବର୍ତ୍ତୀ ମୁହୂର୍ତ୍ତରେ ସେ ଏକ ରାଗି ପୁରୁଷ ହୋଇଯାଇଥାନ୍ତି । ବେଳେବେଳେ ସେ ବହୁତ ଲାଜୁଆ ସ୍ୱଭାବର ହୋଇଯାନ୍ତି ତ ପୁଣି କେତେବେଳେ ସେ ସ୍ମାର୍ଟ । ତାଙ୍କ ଭିତରେ ରହୁଥିବା ବ୍ୟକ୍ତିତ୍ୱ ମାନଙ୍କର ଲିଙ୍ଗ, ବୟସ ଏବଂ ଅଭିଜ୍ଞତା ମଧ୍ୟ ରହିଛି । ଯାହା ଅମ୍ବରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।
ତେବେ ଅମ୍ବରଙ୍କ ଏହି ସ୍ୱଭାବ ସହିତ ତାଙ୍କ ପାର୍ଟନର ଆଣ୍ଡ୍ରେୟା ମଧ୍ୟ ଅଭ୍ୟସ୍ତ ହୋଇସାରିଲେଣି । ଏକ ରିପୋର୍ଟ ଅନୁଯାୟୀ, ତାଙ୍କ ସାଥୀ ଆଣ୍ଡ୍ରେୟା ପ୍ରଥମେ ଏସବୁକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ କିନ୍ତୁ ପରେ ତାଙ୍କର ଏହା ଦେହସୁହା ହୋଇଗଲା ଓ ଧିରେ ଧିରେ ସେ ଅମ୍ବରଙ୍କ ଶରୀରରେ ଥିବା ବ୍ୟକ୍ତିତ୍ୱଙ୍କ ସହିତ ଅଭ୍ୟସ୍ତ ହୋଇଗଲେ । ପ୍ରାୟତଃ ସେ ଦୁହେଁ ଏକାଠି ଶୋଇଥିବା ସମୟରେ ମଧ୍ୟ ଅମ୍ବରଙ୍କ ବ୍ୟକ୍ତିତ୍ୱ ବଦଳିଯାଏ ଏବଂ ଆଣ୍ଡ୍ରିଆ ସେମାନଙ୍କ ସହିତ ସେହି ହିସାବରେ ଆଚରଣ କରିଥାନ୍ତି ।
Comments are closed.