Latest Odisha News

BREAKING NEWS

ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଚିହ୍ନଟ ହୋଇନାହିଁ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ୍ ମ୍ୟୁଟାଣ୍ଟ ଚିହ୍ନଟ ହୋଇ ନାହିଁ । ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ଚିହ୍ନଟ ହୋଇଛି । ଏହି ନୂଆ ଭୂତାଣୁ ଶୀଘ୍ର ବ୍ୟାପୁଛି । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଏହି ନୂଆ ଭୁତାଣୁକୁ କୋଭିଡ୍ ଟିକା ରୋକିବ କି ନାହିଁ ତାହା ଅନୁଧ୍ୟାନ ଚାଲିଛି । ଦ୍ୱିତୀୟ ଡୋଜ ନେବା ପରେ ସଂକ୍ରମଣ କମ ହେବା ଆଶଙ୍କା କରାଯାଉଛି ।

ରାଜ୍ୟରେ ଆସନ୍ତାକାଲି ଓ ତାପରଦିନ (ଶନିବାର ଓ ରବିବାର) ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ସପ୍ତାହନ୍ତ ସଟଡାଉନ୍ ଯୋଗୁ ବନ୍ଦ ରହିବ ଟିକାକରଣ । ସୋମବାରଠାରୁ ଶୁକ୍ରବାର ଟିକାକରଣ ଚାଲୁ ରହିବ । ଟିକା ଅଭାବରୁ ୮୦୦ ସେଣ୍ଟର ବନ୍ଦ ଅଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକାକରଣ ହେବ ।

Leave A Reply

Your email address will not be published.