Latest Odisha News

BREAKING NEWS

କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀ ରେ ହେବ ୯୮ ଟି ଆଦର୍ଶ ମତଦାନ କେନ୍ଦ୍ର

ପୁରୀ: ଜୁନ୍ ୧ ତାରିଖରେ କାକଟପୁର ଓ ନିମାପଡା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ପଡିବ । ସକାଳ ୭ ରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟର ମାନେ ସେମାନଙ୍କ ନିର୍ଦ୍ଧାରିତ ବୁଥ୍ ରେ ମତଦାନ କରିପାରିବେ । ଦୁଇଟି ଯାକ ନିର୍ବାଚନ ମଣ୍ଡଳୀ ପାଇଁ ମୋଟ ୫୬୦ ଟି ମତଦାନ କେନ୍ଦ୍ର ରେ ମତଦାନ କରାଯିବ ।

ଏଥିରେ କାକଟପୁରର ୨୮୦ ଟି ଓ ନିମାପଡା ର ୨୮୦ ଟି ବୁଥ୍ ରହିଛି । ଏଥି ମଧ୍ୟରୁ ମୋଟ ୯୮ ଟି ବୁଥ୍ କୁ ମଡେଲ ବା ଆଦର୍ଶ ବୁଥ୍ କରାଯାଇଛି । ସେଥିମଧ୍ୟରୁ ୭୬ ବୁଥ୍ ରେ କେବଳ ମହିଳା ମାନଙ୍କ ଦ୍ଵାରା ପରିଚାଳିତ ସଖି ବୁଥ୍ ହୋଇଥିବା ବେଳେ ଭିନ୍ନକ୍ଷମ ପୁଲିଂ ଅଫିସର ମାନଙ୍କ ଦ୍ୱାରା ୪ଟି, ଯୁବ ପୁଲିଂ ଅଫିସର ମାନଙ୍କ ଦ୍ବାରା ପରିଚାଳିତ ୫ଟି, ପରିବେଷ ଉପଯୋଗୀ ବା ଇକୋ ଫ୍ରଣ୍ଡଲି ୮ ଓ ଥିମ ବେଶ ୫ ଟି ବୁଥ୍ ରହିଛି ।

କାକଟପୁର ଓ ନିମାପଡାରେ ୩୮ ଲେଖାଏଁ ସଖି ବୁଥ୍, ୨ଟି ଲେଖାଏଁ ଭିନ୍ନକ୍ଷମ ପୁଲିଂ ଅଫିସର ମାନଙ୍କ ଦ୍ବାରା ପରିଚାଳିତ ବୁଥ୍, କାକଟପୁରରେ ୪ଟି ଯୁବ ପୁଲିଂ ପରିଚାଳିତ ବୁଥ୍, ୨ଟି ଇକୋ ଫ୍ରେଣ୍ଡଲି ବୁଥ୍ ଓ ୩ ଟି ଥିମ୍ ବେଶ ବୁଥ୍ ହୋଇଥିବା ବେଳେ ନିମାପଡା ରେ ଯୁବ ପୁଲିଂ ଅଫିସର ମାନଙ୍କ ଦ୍ୱାରା ପରିଚାଳିତ ଗୋଟିଏ, ଇକୋ ଫ୍ରଣ୍ଡଲି ୬ ଟି ଓ ଥିମ୍ ବେଶ ୨ଟି ବୁଥ୍ ର ବ୍ୟବସ୍ଥା ହୋଇଛି ।

ପୂର୍ବରୁ ସୁଇପ ବା ସିଷ୍ଟୋମେଟିକ ଭୋଟରସ ଏଡୁକେସନ ଆଣ୍ଡ ଇଲେକ୍ଟରସ ପାର୍ଟିସିପେସନ ପ୍ରୋଗ୍ରାମ ମାଧ୍ୟମରେ ଭୋଟରମାନଙ୍କୁ ବ୍ୟାପକ ସଚେତନତା କରାଯାଇ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର କୁ ସାବ୍ୟସ୍ତ କରି ନିଶ୍ଚିତ ମତଦାନ କରିବାକୁ ଅନୁରୋଧ କରାଯାଇଥିଲା । ଜୁନ୍ ୧ ତାରିଖରେ କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଥିବାରୁ ପ୍ରତ୍ୟେକ ଭୋଟର ନିଶ୍ଚିତ ମତଦାନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଓ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମସ୍ତ ଭୋଟର ମାନ ଙ୍କୁ ଅନୁରୋଧ କରିଛନ୍ତି ।

Comments are closed.