Latest Odisha News

ଅଦାଲତ ପାର୍ଶ୍ବରେ ହେବ ପାଦଚଲା ସେତୁ

ଭୁବନେଶ୍ବର: କମିସନରେଟ୍‌ ପୋଲିସଭୁବନେଶ୍ବର କାର୍ଯ୍ୟାଳୟ ସୋମବାର ଅପରାହ୍ନରେ ପୋଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ଓକିଲ ସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆୟୁକ୍ତ ଅଦାଲତ ସାମ୍‌ନାରେ ପ୍ରତିଦିନ ଉପୁଜୁଥିବା ଟ୍ରାଫିକ୍‌ ସମସ୍ୟା ଜଟିଳ ହେବା ସହ ଯାନବାହାନ ଅତିକ୍ରମ କରିବାରେ ସମସ୍ୟା ଉପୁଜୁଥିବା ଆଲୋକପାତ କରିଥିଲେ।

ଅନୁରୂପ ଭାବେ ଓକିଲ ସଂଘ ପକ୍ଷରୁ ଅଦାଲତ ପାର୍ଶ୍ବରେ ପାଦଚଲା ସେତୁ ନିର୍ମାଣ ଉପରେ ଦୃଷ୍ଟିପାତ କରିଥିଲେ। ପାଦଚଲା ସେତୁ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବ ବୋଲି ପୁଲିସ ଆୟୁକ୍ତ ପ୍ରତିଶୃତି ଦେଇଥିଲେ।

Comments are closed.