ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସେଂଟ୍ରାଲ କଂଟ୍ରାକ୍ଟ ଏବଂ ଅନ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇପାରେ । ମାର୍ଚ୍ଚ ୨୯ରେ ଗୌହାଟୀରେ ବିସିସିଆଇ ସେକ୍ରେଟାରୀ, କୋଚ ଏବଂ ଚୟନ କମିଟି ମୂଖ୍ୟଙ୍କୁ ନେଇ ବୈଠକ ଆୟୋଜିତ ହେବାକୁ ଅଛି । ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ପରି ସିନିୟର ଖେଳାଳିଙ୍କ ସେଂଟ୍ରାଲ କଂଟ୍ରାକ୍ଟରେ ପରିବର୍ତନ କରାଯିବା ସମ୍ଭାବନା ରହିଛି । ସେହିପରି ସପୋର୍ଟିଂ ଷ୍ଟାଫଙ୍କୁ ନେଇ ମଧ୍ୟ ବୋର୍ଡ ବଡ ଧରଣର ପରିବର୍ତନ କରିବା ଲକ୍ଷ୍ୟରେ ରହିଛି । ରିପୋର୍ଟ ମୁତାବକ ଅଭିଷେକ ନାୟାର ଓ ଟି ଦିଲୀପଙ୍କୁ ସପୋର୍ଟ ଷ୍ଟାଫାର ବାହାର କରାଯାଇପାରେ ।
ଏବେ ସପୋର୍ଟ ଷ୍ଟାଫରେ କୋଚ ଗୌତମ ଗମ୍ଭୀର, ବୋଲିଂ କୋଚ ମୋର୍ଣ୍ଣେ ମୋର୍କେଲ, ଫିଲ୍ଡିଂ କୋଚ ଟି ଦିଲୀପ, ସହଯୋଗୀ କୋଚ ରେୟାର ଟେନ ଡୋଶ୍ଚେଟଙ୍କ ବ୍ୟତୀତ ଅଭିଷେକ ନାୟାର, ରାଘବେନ୍ଦ୍ର, ଦୟାନନ୍ଦ ଗରାନୀ, କମଲେଶ ଜୈନ, ଅରୁଣ କନାଡେ, ଚେତନ କୁମାର, ରାଜୀବ କୁମାର, ସୁମୀରଙ୍କ ସମେତ ଆହୁରି ୬ଜଣ ସଦସ୍ୟ ରହିଛନ୍ତି । ବିସିସିଆଇ ଅଧିକାଂଶ ସଦସ୍ୟଙ୍କୁ ବାହାର କରିବା ଲକ୍ଷ୍ୟରେ ରହିଛି । ଯେଉଁମାନେ ୩ ବର୍ଷରୁ ଅଧିକ ସମୟ ହେବ ଦାୟିତ୍ୱରେ ରହିଛନ୍ତିି ସେମାନଙ୍କୁ ପ୍ରଥମେ ବାହାର କରାଯିବ । ଅବଶ୍ୟ ବିସିସିଆଇ ପକ୍ଷରୁ ଏ ସମ୍ପର୍କରେ କିଛି କୁହାଯାଇ ନାହିଁ । ଏହା କିନ୍ତୁ ନିଶ୍ଚିତ ଏଥର ସେଂଟ୍ରାଲ କଂଟ୍ରାକ୍ସରେ ଏକ ବଡ ଧରଣର ପରିବର୍ତନ ଦେଖିବାକୁ ମିଳିବ ।
Comments are closed.