Latest Odisha News

BREAKING NEWS

ପରଦାରେ ‘ବେବି ଜନ୍’; ଶୁଭେଚ୍ଛା ଜଣାଇଲେ ଥାଲାପତି ବିଜୟ 

 

ମୁମ୍ବାଇ: ବରୁଣ ଧୱନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ବେବି ଜନ୍ ଆଜି ଅର୍ଥାତ୍ ଡିସେମ୍ବର ୨୫ରେ ମୁକ୍ତିଲାଭ କରିଛି। ଏହା ୨୦୧୬ରେ ରିଲିଜ ହୋଇଥିବା ତାମିଲ ଚଳଚ୍ଚିତ୍ର ‘ଥେରି’ର ରିମେକ। ଯେଉଁଥିରେ ଥାଲାପତି ବିଜୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ​​ଏବଂ ଏଟଲି ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହା ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଥିଲା। କିନ୍ତୁ ବେବି ଜନ୍ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି କଲିଜ।

ବେବି ଜନ୍ ରିଲିଜ୍ ହେବାର ଗୋଟିଏ ଦିନ ପୂର୍ବରୁ ବିଜୟ ଏଟଲି ଏବଂ ବେବି ଜନ୍ ର ସମସ୍ତ କଳାକାରଙ୍କୁ ଅଭିନନ୍ଦନ ଜଣାଇବା ସହ ବକ୍ସ ଅଫିସରେ ଏହା ଭଲ ପ୍ରଦର୍ଶନ କରିବ ବୋଲି ଶୁଭେଚ୍ଛା ଜଣାଇଛନ୍ତି।

ବେବି ଜନ୍ ରେ ବରୁଣ ଧୱନ, ସାଉଥ୍ ଅଭିନେତ୍ରୀ କିର୍ତ୍ତୀ ସୁରେଶ, ୱାମିକା ଗବ୍ବି, ଜ୍ୟାକି ଶ୍ରଫ ଏବଂ ରାଜପାଲ ଯାଦବ ଅଭିନୟ କରିଛନ୍ତି। ମୁରାଦ ଖେତାନି, ପ୍ରିୟା ଏଟଲି ଏବଂ ଜ୍ୟୋତି ଦେଶପାଣ୍ଡେଙ୍କ ଦ୍ୱାରା ଏହି ଫିଲ୍ମ ନିର୍ମିତ। ତେବେ ବିଜୟଙ୍କ ଟ୍ୱିଟରେ ଏଟଲି ପ୍ରତିକ୍ରିୟା ରଖି କହିଛନ୍ତି ଯେ ‘ଲବ୍ ୟୁ ଅନ୍ନା। ଆପଣଙ୍କ ମତ ଆମ ପାଇଁ ବହୁତ ମହତ୍ବପୂର୍ଣ୍ଣ, ଧନ୍ୟବାଦ’।

ବରୁଣ ମଧ୍ଯ ବିଜୟଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ‘ଆମେ ସର୍ବଦା ଆପଣଙ୍କ ପାଖରେ ଛୁଆ ହୋଇକି ରହିବୁ। ସେହିପରି କିର୍ତ୍ତୀ ସୁରେଶ ମଧ୍ୟ ଲେଖିଛନ୍ତି ଯେ “ସାର୍ !! ଆପଣଙ୍କ ସହ ଭେଟ ହେବା ଆମ ପାଇଁ ବହୁତ ସମ୍ମାନର କଥା ଅଟେ ଓ ଶୁଭେଚ୍ଛା ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ’।

 

Comments are closed.