Latest Odisha News

BREAKING NEWS

ବାହୁଡ଼ା ରୀତିନୀତି ପୂର୍ବରୁ ସେବାୟତଙ୍କ ହେଲା ଥର୍ମାଲ ସ୍କ୍ରିନିଂ

ପୁରୀ: ବିନା ଭକ୍ତ ଓ କୋଭିଡ କଟକଣା ଭିତରେ ବାହୁଡ଼ା ଯାତ୍ରା ହେଉଛି । କେବଳ କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତ ହିଁ ମହାପ୍ରଭୁଙ୍କ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ଆଜି ବାହୁଡ଼ା ଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ସେବାୟତମାନଙ୍କର ଯାଞ୍ଚ କରାଯାଇଥିଲା । ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଏହାପରେ ଗୁଣ୍ଡିଚା ମନ୍ଦିରରେ ନୀତିକାନ୍ତିରେ ନିୟୋଜିତ ଥିବା ଜଣଙ୍କ ପରେ ଜଣେ ସେବାୟତ ଭିତରକୁ ପ୍ରବେଶ କରୁଥିଲେ ।

ସେହିପରି ସମସ୍ତଙ୍କ ମୁହଁରେ ଥିଲା ମାସ୍କ । ଯାଞ୍ଚ କରମଚାରୀ ଓ ସେବାୟତ ସମସ୍ତେ ମାସ୍କ ପିନ୍ଧିଥିଲେ । ମାନୁଥିଲେ ସାମାଜିକ ଦୂରତା ନିୟମ । କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ସେବାୟତମାନଙ୍କୁ କହିଥିଲା ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ।

ପୁରୀରେ କୋଭିଡ୍ କଟକଣାଯୁକ୍ତ ଓ ବିନା ଭକ୍ତରେ ଘୋଷଯାତ୍ରା ପାଇଁ ସର୍ତ୍ତମୂଳକ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ସେହି ଅନୁସାରେ ଶ୍ରୀଜିଉଙ୍କର ରଥଯାତ୍ରା ସମ୍ପାଦିତ ହୋଇଥିଲା । ଆଜି ବାହୁଡ଼ା ଯାତ୍ରା ଓ ପରେ ସୁନାବେଶ, ଅଧର ପଣା ନୀତି ଓ ନିଳାଦ୍ରି ବିଜେ କଟକଣା ଭିତରେ ସାରିବାକୁ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.