ହିଞ୍ଜିଳିକାଟୁ : ରାଜ୍ୟର ସମସ୍ତ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସଂକ୍ରମଣରୁ ବର୍ତ୍ତିବା ପାଇଁ ସରକାରଙ୍କର ରହିଛି ବହୁ ସଚେତନତା କାର୍ଯ୍ୟକ୍ରମ । କରୋନା ସଂକ୍ରମଣ କୁ ପ୍ରତିହିତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଘର ଘର ବୁୁଲି ଲୋକଙ୍କ ସ୍ବାସ୍ଥ୍ୟ ନିରୀକ୍ଷଣ ସହ ଥର୍ମାଲ ସ୍କ୍ରିନିଂ ପାାଇଁ ନିିଷ୍ପତ୍ତି ହୋଇଛି। ଆସନ୍ତାକାଲି ହିଞ୍ଜିିଳିକାଟୁ ବ୍ଳକ ମକରଝୋଳ ଗ୍ରାମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିିିଛି। ଗ୍ରାମର ପ୍ରତେକ ସାହିର ଘରକୁ ଘର ବୁଲି ଘରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଥର୍ମାଲ ସ୍କ୍ରିନିଂ କରାଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଏକ ୪ଜଣିଆ ଟିମ ରହିବେ । ଟିମରେ ଅଙ୍ଗନବାଡି କର୍ମୀ , ଆଶା କର୍ମୀ ,ଶିକ୍ଷକ ସ୍ୱାସ୍ଥ୍ୟ ଅଧିକାରୀମାନେ ରହି ଥର୍ମାଲ ସ୍କ୍ରିନିଂ ସହ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ନିଷ୍ପତ୍ତି ହୋଇଛି ।
BREAKING NEWS
- Indore Contaminated Water Crisis: ଦୂଷିତ ପାଣି ପିଇ କେମିତି ମଲେ ଦେଶର ସ୍ବଚ୍ଛ ସହରର ୧୪ ଜଣ?, ସାମ୍ନାକୁ ଆସିଲା ଲ୍ୟାବ୍ ରିପୋର୍ଟ…
- Cold Wave: ଜାରି ରହିଛି ପ୍ରବଳ ଶୀତ, ଘନ କୁହୁଡ଼ି ସାଙ୍ଗକୁ ଶୀତଳ ଲହରୀ ଏବଂ ତୁଷାରପାତର ଚେତାବନୀ ଦେଲା IMD
- ୧୮ଟି ଜିଲ୍ଲାରେ ଜାରି ରହିଛି ଧାନ ସଂଗ୍ରହ, ରାଜ୍ୟରେ ଧାନ କିଣା ସମ୍ପର୍କରେ ତଥ୍ୟ ରଖିଲେ ସରକାର
- 8th Pay Commission: ଏହି ରାଜ୍ୟରେ ଗଠନ ହେବ ୮ମ ରାଜ୍ୟ ବେତନ କମିଶନ, ନିଜେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା…
- ଭସାପୋଲ ଅଘଟଣ: କୁହୁଡ଼ି ପାଇଁ ଚିଲିକାରେ ୧୧ଟା ଯାଏଁ ଡଙ୍ଗା ଚଳାଚଳ ବନ୍ଦ
- ଇନ୍ଦୋର ଦୂଷିତ ପାଣି ଟ୍ରାଜେଡି: ଗଣମାଧ୍ୟମର ପ୍ରଶ୍ନରେ ରାଗିଯାଇ କହଲେ ଅପଶବ୍ଦ, ବିବାଦ ବଢ଼ିବା ପରେ କ୍ଷମା ମାଗିଲେ କୈଳାସ ବିଜୟବର୍ଗୀୟ
- ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ
- Cold Weather: ଶୀତରେ ଥରୁଛି ସାରା ଓଡ଼ିଶା, ଆହୁରୀ ୩ ଦିନ ଘନକୁହୁଡ଼ି ପଡ଼ିବାର ଆଶଙ୍କା
- ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ମାରଣାନ୍ତକ ଆକ୍ରମଣ, ଜୀବନ ପାଇଁ ସଂଘର୍ଷ କରୁଛନ୍ତି ଖୋକନ ଦାସ
- Lucky Zodiac Signs 2026: ମକର ସଂକ୍ରାନ୍ତିରେ ବିରଳ ଚତୁର୍ଗ୍ରହୀ ସଂଯୋଗ; ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା
Comments are closed.