Latest Odisha News

ମୃତ୍ୟୁ ମୁଖକୁ ଟାଣି ନିଏ ଏହି ଖାଦ୍ୟ, ତଥାପି ଆନନ୍ଦରେ ଖାଆନ୍ତି ଲୋକେ

ନୂଆଦିଲ୍ଲୀ: ଆପଣ ସମଗ୍ର ବିଶ୍ୱରେ ଏହିପରି ଅନେକ ଖାଦ୍ୟ ପାଇବେ, ଯାହାକୁ ଲୋକମାନେ ଅତି ଆନନ୍ଦର ସହିତ ଖାଆନ୍ତି। ଏଥିମଧ୍ୟରୁ କେତେକ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ କେତେକ ବିଷାକ୍ତ ମଧ୍ୟ ହୋଇଥାଏ। ଏଗୁଡିକ ଖାଇବା ଦ୍ୱାରା ଧିରେ ଧିରେ ମୃତ୍ୟୁର ନିକଟତର ହୋଇଯାଏ ବ୍ୟକ୍ତି । ଏହା ଜାଣବା ପରେ ବି ଲୋକେ ଏଭଳି ଖାଦ୍ୟ ଖାଇଥାନ୍ତି। ଅଜଣାତରେ ଏପରି ବହୁତ ଗୁଡାଏ ଖାଦ୍ୟ ରହିଛି, ଯାହାକୁ ଆପଣ ଖାଇବା ଉଚିତ ନୁହେଁ। କାରଣ ଏହାକୁ ଖାଇବା ଫଳରେ ଶରୀରର ଅଧିକ କ୍ଷତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେ ଖାଦ୍ୟ କଣ।

ଏଲଡ୍‌ବେରୀ ଫଳ ଏକ ମାରାତ୍ମକ ଖାଦ୍ୟ। ଏହାକ ପତ୍ର, ଡାଳ ଏବଂ ମଞ୍ଜିରେ ମାରାତ୍ମକ ପଦାର୍ଥ ମିଳିଥାଏ। ଯଦି ଏହା ବହୁ ପରିମାଣରେ ଖିଆଯାଏ, ତେବେ ଜଣେ ବ୍ୟକ୍ତି ସହଜରେ ପ୍ରାଣ ହରାଇଦେବେ।

ସୈନ୍-ନାକଜୀ ହେଉଛି ଏକ କୋରିଆନ୍ ଖାଦ୍ୟ ଯେଉଁଥିରେ ଶିଶୁ ଅକ୍ଟପସ୍ କାଟି ଲୋକଙ୍କୁ ଖାଦ୍ୟ ହିସାବରେ ଦିଆଯାଏ। ଯଦି ଏହା ସଠିକ୍ ଭାବେ ଚୋବାଇ ନ ଖିଆଯାଏ ତେବେ ଏହା ଗଳାରେ ଲାଗିପାରେ। ଯାହାଦ୍ୱାରା ମଣିଷର ମୃତ୍ୟୁ ହୋଇପାରେ।

ଏକି ଫଳ ହେଉଛି ଜାମାଇକର ଜାତୀୟ ଫଳ, ଯେଉଁଥିରେ ହାଇପୋଗ୍ଲାଇସିନ୍ ନାମକ ଏକ ବିଷ ଥାଏ। ଯଦି କେହି ଏହାକୁ କଞ୍ଚା ଖାଆନ୍ତି, ତେବେ ସେ କୋମାରେ ଯାଇ ମୃତ୍ୟୁ ବରଣ କରିପାରନ୍ତି।

ଫୁଗୁ ହେଉଛି ଏକ ଜାପାନୀ ଖାଦ୍ୟ ଯାହାକି ପଫର୍ଫିସ୍‌ରୁ ତିଆରି, ଯାହାକୁ ଖାଇଲେ ମୃତ୍ୟୁ ମଧ୍ୟ ହୋଇପାରେ। କାରଣ ଟେଟ୍ରୋଡୋଟକ୍ସିନ ଏହି ମାଛର ଡିମ୍ବାଣୁ, ଅନ୍ତନଳୀ ଏବଂ ଯକୃତରେ ମିଳିଥାଏ। ଯାହା ସିଆନାଇଡ୍ ଅପେକ୍ଷା ୧୨୦୦ ଗୁଣ ଅଧିକ ମାରାତ୍ମକ ଅଟେ।

ରୁବର୍ବର ପତ୍ରରେ ଅକ୍ସାଲିକ୍ ଏସିଡ୍ ଥାଏ, ଯାହା ଅଧିକ ମାତ୍ରାରେ ଖାଇଲେ ଶରୀରରେ ଜମା ହୋଇ କିଡନୀ ପଥର ଏବଂ କିଡନୀ ଫେଲ ହୋଇପାରେ।

କସାଭା ଗ୍ରୀଷ୍ମ ପ୍ରଧାନ ଦେଶର ଏକପ୍ରକାର ଉଦ୍ଭିଦ, ଏହାର ମୂଳରୁ ଆରାରୁଟ ଜାତୀୟ ପଦାର୍ଥ ମିଳେ। ଏହାକୁ କଞ୍ଚା ଖାଇବା ଉଚିତ୍ ନୁହେଁ। ଏଥିରେ ସିଆନାଇଡ୍ ମିଳିଥାଏ, ଯାହା ଖାଇଲେ ଦେହ ବିଷାକ୍ତ ହୋଇ ମୃତ୍ୟୁ ମୁଖକୁ ଗତି କରିପାରେ।

ପ୍ରୋଟିନ୍, ଫାଇବର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଭିଟାମିନ୍‌ରେ ଭରପୂର, ନାଲି ରାଜମାକୁ କଦାପି କଞ୍ଚା କିମ୍ବା ଅଳ୍ପ ସିଝେଇ ଖାଇବା ଉଚିତ୍ ନୁହେଁ। କାରଣ ଏଥିରେ ଫାଇଟୋହେମାଗ୍ଲୁଟିନିନ ନାମକ ଏକ ବିଷ ଥାଏ, ଯାହା କଞ୍ଚା ଖାଇଲେ ଖାଦ୍ୟ ବିଷାକ୍ତ ହୋଇପାରେ।

ଏହା ବ୍ୟତିତ ସୋଡା ପିଇବାକୁ ସମସ୍ତଙ୍କୁ ଭଲ ଲାଗେ। ଏହାକୁ କାର୍ବୋନେଟଡ ୱାଟର ଓ ସ୍ୱିଟନେସ ବ୍ୟବହାର କରି ତିଆରି କରାଯାଏ। ଏହା ଶୀରରେ ଫ୍ୟାଟ ଷ୍ଟୋର କରି ରଖେ । ଯାହାକୁ ପିଇଲେ ଶରୀର କ୍ଷତ ହୁଏ।

ମହୁଫେଣାରୁ ତୁରନ୍ତ ବାହାରିଥିବା ମହୁ ମଧ୍ୟ ଖୁବ କ୍ଷତିକାରକ। ପ୍ରେଞ୍ଚ ଫ୍ରାଏଡ, ପ୍ରୋସେସଡ ମିଟ୍ ଭଳି ଖାଦ୍ୟକୁ ଖୁବ ପସନ୍ଦ କରାଯାଉଛି। ଅନେକ ଲୋକେ ଏହାର ସେବନ କରନ୍ତି। ଏହାକୁ ଖାଇବା ଫଳରେ ହାଇ ବ୍ଲଡ ପ୍ରେସର ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରେ।

Comments are closed.