Latest Odisha News

ଧାୱନଙ୍କ ପରେ ଏମାନେ ବି ନେଇପାରନ୍ତି ଅବସର

ନୂଆଦିଲ୍ଲୀ: ଭାରତର ପୂର୍ବତନ ଓପନର ଶିଖର ଧାୱନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଜାତୀୟ ଦଳକୁ ଫେରିବା ସମ୍ଭାବନା କ୍ଷୀଣ ହେବାରୁ ସେ ଏହି ନିଷ୍ପତି ନେଇଛନ୍ତି । ତାଙ୍କ ପରେ ଆହୁରି ଅନେକ କ୍ରିକେଟର ଏହି ରାସ୍ତା ଆପଣାଇବେ ବୋଲି ଆଶା କରାଯାଉଛି । ଆସନ୍ତୁ ନଜର ପକାଇବା କେଉଁ ଖେଳାଳିମାନେ ଖୁବ ଶୀଘ୍ର ଅବସର ଘୋଷଣା କରିପାରନ୍ତି । ପୀୟୁଷ ଚାୱଲା: ୩୫ ବର୍ଷୀୟ ପୀୟୁଷ ଚାୱଲା ଜଣେ ଭଲ ସ୍ପିନର ହୋଇଥିଲେ ମଧ୍ୟ ତାଙ୍କର ଏବେ ଜାତୀୟ ଦଳକୁ ଫେରିବା ସମ୍ଭାବନା କ୍ଷୀଣ । ଭାରତ ପକ୍ଷରୁ ୨୫ ଦିନିକିଆ ଓ ୭ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଆଇପିଏଲ ୨୦୨୪ରେ ସେ ମୁମ୍ବାଇ ପକ୍ଷରୁ ଖେଳିଥିଲେ ।

ରିଦ୍ଧିମାନ ଶାହ: ମହେନ୍ଦ୍ର ସିଂ ଧୋନୀ ଅବସର ନେବା ପରେ ରିଦ୍ଧିମାନ ଶାହଙ୍କୁ ଜାତୀୟ ଦଳରେ ଭଲ ସୁଯୋଗ ମିଳିଥିଲା । ତେବେ ସେ ଏହାର ଫାଇଦା ଉଠାଇ ପାରି ନ ଥିଲେ । ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଶେଷ ଥର ଭାରତ ପକ୍ଷରୁ ଖେଳିଥିଲେ । ୩୯ ବର୍ଷୀୟ ଶାହ ୪୦ ଟେଷ୍ଟ ଓ ୯ ଦିିନିକିଆ ମ୍ୟାଚ ଖେଳିଛନ୍ତି । କେଏସ ଭରତ, ଈଶାନ କିଶାନ, ଧ୍ରୁବ ଜୁରେଲ ଓ ରିଷଭ ପନ୍ତଙ୍କ ପରି ୱିକେଟକିପର ତାଙ୍କ ଫେରିବା ସମ୍ଭାବନାକୁ କ୍ଷୀଣ କରି ଦେଇଛନ୍ତି ।
ଈଶାନ୍ତ ଶର୍ମା: ଭାରତ ପକ୍ଷରୁ ଈଶାନ୍ତ ଶର୍ମା ୧୦୫ ଟେଷ୍ଟ, ୮୦ ଦିନିକିଆ ଓ ୧୪ଟି୨୦ ମ୍ୟାଚ ଖେଳିcଛନ୍ତି । ୨୦୨୧ ପରଠାରୁ ସେ ଆଉ ଜାତୀୟ ଦଳରେ ସ୍ଥାନ ପାଇ ନାହାନ୍ତି । ଫେରିବା ସମ୍ଭାବନା କ୍ଷୀଣ ଥିବାରୁ ଏହି ପେସ ବୋଲର ଖୁବ ଶୀଘ୍ର ଅବସର ଘୋଷଣା କରିପାରନ୍ତି ।

ଅମିତ ମିଶ୍ର: ଲେଗ ସ୍ପିନର ଅମିତ ମିଶ୍ର ୨୦୧୭ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ସେ ଭାରତ ପକ୍ଷରୁ ୨୨ ଟେଷ୍ଟ, ୩୬ ଦିନିକିଆ ଓ ୧୦ଟି୨୦ ମ୍ୟାଚ ଖେଳିଛନ୍ତି । ୪୧ ବର୍ଷୀୟ ଅମିତ ଆଇପିଏଲ ୨୦୨୪ରେ ସେ ଲକ୍ଷ୍ନୌ ଟିମ ପକ୍ଷରୁ ଖେଳିଥିଲେ ।
କରୁଣ ନାୟାର: ବୀରେନ୍ଦ୍ର ସେହ୍ୱାଗଙ୍କ ପରେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ କରୁଣ ନାୟାର ଟେଷ୍ଟରେ ତ୍ରିଶତକ ହାସଲ କରିଥିଲେ । ୩୧ ବର୍ଷୀୟ କରୁଣଙ୍କ କ୍ୟାରିୟର ଏହା ପରେ ଉପରକୁ ଉଠିବା ବଦଳରେ ତଳକୁ ଖସିଥିଲା ।

୨୦୧୭ରେ ସେ ଭାରତ ପକ୍ଷରୁ ୬ଟି ଟେଷ୍ଟ ଓ ୨ଟି ଦିନିକିଆ ମ୍ୟାଚ ଖେଳିଥିଲେ । ଘରୋଇ କ୍ରିକେଟରେ ବି ଏବେ ତାଙ୍କୁ କମ ଦେଖିବାକୁ ମିଳୁଛି । ଏମାନଙ୍କ ବ୍ୟତୀତ ମନୀଷ ପାଣ୍ଡେ, ରିଷି ଧାୱନ, ମୋହିତ ଶର୍ମା, ଉମେଶ ଯାଦବ, ଭୁବନେଶ୍ୱର କୁମାର ଓ ଜୟନ୍ତ ଯାଦବ ମଧ୍ୟ ଭାରତୀୟ ଦଳକୁ ପ୍ରତ୍ୟାବର୍ତନ କରିବା ଏତେଟା ସହଜ ମନେ ହେଉ ନାହିଁ । ଖୁବ ଶୀଘ୍ର ଏହି ସବୁ ଖେଳାଳି ଅବସର ନେଇପାରନ୍ତି ।

Comments are closed.