Latest Odisha News

BREAKING NEWS

ଗୋଟିଏ ରାତିରେ ୧୫ଟି ଘରୁ ଚୋରି, ୪୦ ଲକ୍ଷରୁ ଅଧିକ ସୁନା ଗହଣା ଲୁଟ୍

ସୁନ୍ଦରଗଡ଼: ଗୋଟିଏ ରାତିରେ ୧୫ଟି ଘରୁ ଚୋରି। ରାତାରାତି ୪୦ ଲକ୍ଷରୁ ଅଧିକ ସୁନା ଗହଣା ଲୁଟି ନେଲେ ଲୁଟେରା। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ସାନଇନ୍ଦୁପୁର ରୁଙ୍ଗଟା କଲୋନୀରେ। ଏହି କଲୋନୀରେ ହୋଇଛି ବଡ଼ ଧରଣର ଚୋରି। ଗୋଟିଏ ରାତିରେ କଲୋନୀର ୧୫ଟି ଘରୁ ପାଖାପାଖି ୪୦ ଲକ୍ଷ ଟଙ୍କାର ସୁନା ଗହଣା ସହ ୫ରୁ ୧୦ ଲକ୍ଷ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

କଲୋନୀ ବାସିନ୍ଦା ଅଭିଯୋଗ ଅନୁଯାୟୀ, ଏହି କଲୋନୀର କିଛି ବାସିନ୍ଦା ଛୁଟିରେ ଘରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ କଲୋନୀ ପଛ ପାର୍ଶ୍ଵରୁ ଆସି ଚୋରି କରିଥିଲେ। ଦୁର୍ବୃତ୍ତମାନେ ପାଚେରୀର କଣ୍ଟା ତାର କାଟି ୧୫ଟି ଘରର କବାଟକୁ କଟର ସାହାଯ୍ୟରେ କାଟି ସୁନା ଗହଣା ଓ ଟଙ୍କା ଚୋରି କରି ନେଇଥିଲେ। ତେବେ ସକାଳୁ ଉଠି କଲୋନୀ ଲୋକେ ଦେଖିଲା ବେଳକୁ ପ୍ରାୟ ସମସ୍ତଙ୍କ ଘରର ମୁଖ୍ୟ ଦ୍ୱାର ଭଙ୍ଗା ହୋଇଛି।

ଏହି କଲୋନୀର କିଛି ବାସିନ୍ଦା ଛୁଟିରେ ଘରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇଥିଲେ ଚୋର। ତେବେ ଏହି ଘଟଣାରେ କଲୋନୀ ଲୋକେ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ କୋଇଡା ଥାନା ଅଧିକାରୀ ଓ ସାଇନ୍ଟଫିକ ଟିମ୍ ପହଞ୍ଚି ଯାଞ୍ଚ କରିଛନ୍ତି।

Comments are closed.