ଚିତୋରଗଡ: ରାଜସ୍ଥାନର ଚିତୋରଗଡରେ ଏ ଭଳି ଏକ ମନ୍ଦିର ଅଛି ଯେଉଁଠାରେ ହାତକଡି ଦେଇ ମାନସିକ ପୂରଣ କରା ଯାଇଥାଏ । ବେଗୁ ତହସିଲର ମାତା ଜୋଗାଣିଆ ମନ୍ଦିର ଏଥିପାଇଁ ବିଶେଷ କରି ଚୋର, ଡାକୁଙ୍କ ପ୍ରିୟ ମନ୍ଦିର ହୋଇ ରହିଛି । ଚୈତ୍ର ନବରାତ୍ରିରେ ପୋଲିସ ହାତରେ ଯେପରି ଧରା ନ ପଡିବେ ସେଥିପାଇଁ ସେମାନେ ହାତକଡି ଦେଇ ମାନସିକ କରିଥାନ୍ତି । ଏଥର ଜଣେ ଚୋର ଏକ ଜେଲର ଗେଟ ପ୍ରଦାନ କରିଛି । ଯାହାକି ଚର୍ଚ୍ଚାର କାରଣ ସାଜିଛି । ସେହିପରି ଭଲ ମଣିଷ ହେବା ପାଇଁ ଏଠାରେ ସେମାନେ ମାଆଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି ।
ହାତକଡି ଭେଟ ଦେବାକୁ ଆସିଥିବା ଚୋରମାନେ ଅବଶ୍ୟ ଚୂପଚାପ ଏହି କାର୍ଯ୍ୟ କରି ଯାଇଥାନ୍ତି । ପୂର୍ବରୁ ପଶୁ ବଳି ଓ ମଦ ମଧ୍ୟ ଏଠାରେ ମାଆଙ୍କୁ ଚଢ଼ା ଯାଉଥିଲା । ୧୯୭୪ରେ ଜୈନ୍ୟ ମୁନି ୟଶ କଁଓର ଓ ମାତା ପୀଠର ଅଧ୍ୟକ୍ଷ ଭଁଓର ଲାଲ ଯୋଶୀଙ୍କ ଉଦ୍ୟମ ବଳରେ ଏହି ପ୍ରଥା ବନ୍ଦ କରାଯାଇଥିଲା । ଜଙ୍ଗଲମୟ ପରିବେଶରେ ଚୋର, ଡାକୁ ମାଆଙ୍କ ପାଖରେ ଆଶ୍ରୟ ନେଇଥାନ୍ତି । ଅଗାଢ଼ ଭକ୍ତି ଯୋଗୁ ଏଠାରେ ଥିବା ସମୟ ସେମାନେ କାହାର କ୍ଷତି କରି ନ ଥାନ୍ତି ।
Comments are closed.