Latest Odisha News

BREAKING NEWS

ଦିନ ଦିପହରେ ବିଏମଡବ୍ଲ୍ୟୁ କାଚ ଭାଙ୍ଗଲେ, ୧୩ ଲକ୍ଷ ଲୁଟି ଚମ୍ପଟ ମାରିଲେ ଲୁଟେରା

ନୂଆଦିଲ୍ଲୀ: ପୂଜାରେ ଲୁଟେରାଙ୍କର ଯେମିତି ରାଜ ଚାଲିଛି । ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଦିନ ଦିପହରେ ବି ଚାଲିଛି ଲୁଟ । ଦିନ ଦ୍ୱିପହରରେ ବାଇକରେ ଆସିଲେ, ବିଏମଡବ୍ଲୁର କାଚ ଭାଙ୍ଗିଲେ । ଗାଡି ଭିତରୁ ୧୩ ଲକ୍ଷ ଟଙ୍କା ଲୁଟି ନେଲେ । ଏମିତି ଘଟଣା ଶୁକ୍ରବାର ଘଟିଛି ବେଙ୍ଗାଲୁରରେ । ତେବେ ଲୁଟେରାଙ୍କ କାରନାମା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୋଲିସ ଏହି ସିସିଟିଭି ଫୁଟେଜକୁ ଧରି ତଦନ୍ତ କରୁଛି ।

ଘଟଣା ଘଟିଛି ସର୍ଜାପୁର ପୋଲିସ ଷ୍ଟେସନ ଅଧିନରେ । ଭିଡିଓ ଫୁଟେଜରୁ ଜଣାଯାଇଛି, ବାଇକରେ ଦୁଇ ଜଣ ବ୍ୟକ୍ତି ଆସିଲେ । ଜଣେ ବ୍ୟକ୍ତି ବିଏମଡବ୍ଲୁ X5 କାରର କାଚ ଭାଙ୍ଗିଲେ । ତା ସାଥୀରେ ଆସିଥିବା ଅନ୍ୟ ଜଣେ ଗାଡି ଷ୍ଟାର୍ଟରେ ରଖି ଅପେକ୍ଷା କରିଥିଲା । କାଚ ଭାଙ୍ଗି ୧୩ ଲକ୍ଷ ଟଙ୍କା ହାତେଇ ଆସିବା ପରେ ଉଭୟେ ମୋଟର ସାଇକେଲରେ ଦ୍ରୁତ ଗତିରେ ପଳାଇ ଯାଇଥିଲେ ।

କାରଟି ଅନେକଲ ତାଲୁକର ବାସିନ୍ଦା ବାବୁ ନାମଧାରୀ ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଛି । ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲୁଟେରାଙ୍କୁ ପିଛା କଲେ । ହେଲେ ପାଇ ନ ଥିଲେ । ବେଙ୍ଗଲୁର ପୋଲିସ ଛାନଭିନ ଚଳାଇଛି ।

Comments are closed.