Latest Odisha News

BREAKING NEWS

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା, କୋଭିଡ ବିରୋଧରେ ୮୧ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ : ଭାରତ ବାୟୋଟେକ୍ ଜାରି କରିଛି ସ୍ବଦେଶୀ ଭ୍ୟାକ୍ସିନ କୋଭାକ୍ସିନର ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ପରୀକ୍ଷାର ପରିଣାମ । କମ୍ପାନୀର ଘୋଷଣା ଅନୁଯାୟୀ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭାକ୍ସିନ ୮୧ ପ୍ରତିଶତ ପ୍ରଭାବଶାଳୀ ରହିଛି । ଦେଶରେ କୋଭାକ୍ସିନକୁ ଟିକାକରଣ ଅଭିଯାନରେ ବ୍ୟବହାର କରାଯାଉଛି ।

ଜଣେ ବ୍ୟକ୍ତି ଦୁଇଟି ଡୋଜ୍‌ ନେବା ପରେ କରୋନାକୁ ବେଶ ଆରାମରେ ହରାଇ ପାରିବେ। ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୨୧ଟି ସ୍ଥାନରୁ ମୋଟ ୨୫,୮୦୦ ଲୋକଙ୍କୁ ଟିକା ଦିଆଯାଇଥିଲା । ମିଳିଥିବା ତଥ୍ୟ ଅନୁସାରେ ପ୍ରାୟ ୮୧ ପ୍ରତିଶତ ପ୍ରଭାବଶାଳୀ ରହିଛି । ଆରମ୍ଭରୁ ଶେଷ ଯାଏଁ ସଂପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଏହି ଟିକା ମହାମାରୀ ବିରୋଧରେ ଲଢ଼େଇ କରିବାରେ ବେଶ ଫଳପ୍ରଦ ହୋଇଛି । ଟିକା ପ୍ରସ୍ତୁତ ପାଇଁ ୮ ମାସରୁ କମ ସମୟ ଲାଗିଛି । ଏହାଦ୍ବାରା ଆତ୍ମନିର୍ଭର ଭାରତ ଅଭିଯାନକୁ ଏକ ବିରାଟ ସଫଳତା ମିଳିଛି ବୋଲି କହିଛନ୍ତି ଆଇସିଏମଆରର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ ।

କୋଭାକ୍ସିନ ଟିକା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସର୍ତ୍ତାଳବୀ ଆଧାରରେ ପ୍ରସ୍ତୁତ ହୋଇଛି । ଏହି ଟିକା ସାର୍ସ-କଭ୍-ଟୁ ବା କରୋନାର ବ୍ରିଟେନ୍ ଷ୍ଟ୍ରେନକୁ ଦମନ କରିବାରେ ପ୍ରମାଣିତ ହୋଇଛି ।

Leave A Reply

Your email address will not be published.