ମଣିଷ ବିଭିନ୍ନ ପ୍ରକାର ଗବେଷଣା ପାଇଁ ମୂଷାଙ୍କ ମାତ୍ରାଧିକ ବ୍ୟବହାର କରିଥାଏ । ଜୀବବିଜ୍ଞାନୀମାନେ ମୂଷା ଯୋଗୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥାନ୍ତି । ମୂଷା ଖାଦ୍ୟ ଶୃଙ୍ଖଳକୁ ସମତୂଲ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ କାମ୍ବୋଡିଆର ରୋନୀନ ନାମକ ମୂଷା ଅନ୍ୟ ଏକ କାରଣ ଯୋଗୁ ବିଶ୍ୱରେକର୍ଡ ସ୍ଥାପନ କରିଛି । ସେ ନିଜ ଦେଶ ପାଇଁ ଏକ ଯୁଦ୍ଧରେ ସାମିଲ ହୋଇଛି କହିଲେ ଭୁଲ ହେବନି । ଏହି ମୂଷା କାମ୍ବୋଡିଆରେ ଅନେକ ବାରୂଦ ସୁଡଙ୍ଗଙ୍କୁ ଖୋଜି ବାହାର କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି । ୧୦୦ରୁ ଅଧିକ ବିସ୍ଫୋଟକ ଉପକରଣ ଓ ଅସ୍ତ୍ରଶସ୍ତ୍ର ଖୋଜିବାରେ ମଧ୍ୟ ଏହା ସହାୟତା କରିଛି । ରୋନୀନ ପୂର୍ବରୁ ଅନ୍ୟ କୌଣସି ମୂଷା ଏ ଭଳି କାର୍ଯ୍ୟ କରି ନ ଥିଲା । ଏବେ ରୋନୀନ ନାମ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।
ରୋନୀନ ପରେ ଏବେ ଏହି ପାହାଡୀ ପ୍ରଜାତି ହୀରୋ ର୍ୟାଟକୁ ପ୍ରଶିକ୍ଷଣ ଦିଆଯିବା ଆରମ୍ଭ କରାଯାଇଛି । କାମ୍ବୋଡିଆରେ ୧୯୬୦ ପରଠାରୁ ଗୃହଯୁଦ୍ଧ ଲାଗି ରହିଛି । ଏଥିପାଇଁ ବାରୂଦ ସୁଡଙ୍ଗର ବ୍ୟବହାର କରାଯାଇଥାଏ । ଏ ପର୍ଯ୍ୟନ୍ତ ୨୦୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଛନ୍ତି । ବାରୂଦ ସୁଡଙ୍ଗକୁ ଖୋଜି ବାହାର କରିବା ସର୍ବଦା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥାଏ । ରୋନୀନ ପରେ ଏହି ପ୍ରଜାତିର ମୂଷାଙ୍କୁ ଏବେ ଏହି କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଛି ।
Comments are closed.